ଗାଡ଼ି ଯାଞ୍ଚ ବେଳେ ପୋଲିସ ଦ୍ୱାରା,୨ବାଇକ ଚୋର ଗିରଫ, ୬ ବାଇକ ଉଦ୍ଧାର।

utkalnews7
By
0


ଖୋର୍ଦ୍ଧା(ଉତ୍କଳ ନ୍ୟୁଜ୍୭):ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଚଣ୍ଡୀଚୁଆ ଛକରେ ଆଜି ଅପରାହ୍ନ ସମୟରେ ମୋଟର ଜାନ ଯାଞ୍ଚ ଚାଲିଥିବା ସମୟରେ ଦୁଇ ବାଇକ ଚୋରଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଭାଟପଡା ଗ୍ରାମର ଆକାଶ ଭୁୟାଁ (୨୨) ଏବଂ ସଂଗ୍ରାମ ବଳବନ୍ତରାୟ (୨୨)।ସୂଚନା ମୁତାବକ ଚଣ୍ଡୀଚୁଆ ଛକରେ ଟାଉନ ଥାନା ପୋଲିସ ମୋଟର ଜାନ ଯାଞ୍ଚ କରୁଥିବା ବେଳେ ଏକ ଚୋରା ବାଇକ ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା। ଅଧିକ ପଚରାଉଚୁରା କରିବାରୁ ଉଭୟ ବାଇକ ଚୋର ବୋଲି ପୋଲିସ ଜାଣିବାକୁ ପାଇଥିଲା। ସେମାନଙ୍କ ନିକଟରୁ ସମୁଦାୟ ଛଅ ଗୋଟି ଚୋରା ବାଇକ ଜବତ କରିଛି ପୋଲିସ।  ଅଭିଯୁକ୍ତ ମାନେ ଚୋରା ବାଇକ ଗୁଡିକର ଇଂଜିନ ଓ ଚେସିସ ନମ୍ବର ବଦଳାଇ ତାକୁ ପୁନର୍ବାର ବିକ୍ରି କରୁଥିଲେ।ଏନେଇ ଟାଉନ ଥାନା ପୋଲିସ ୩୭୯/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରିଥିବା ଖୋର୍ଦ୍ଧା ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*