ଓଡିଶା କୃଷକ ସଭା AIKS ରଣପୁର ବ୍ଲକ୍ ୨୪ତମ ସମ୍ମିଳନୀ ଅନୁଷ୍ଠିତ।

utkalnews7
By
0

 ଓଡିଶା କୃଷକ ସଭା AIKS ରଣପୁର ବ୍ଲକ୍ ୨୪ତମ ସମ୍ମିଳନୀ ଅନୁଷ୍ଠିତ।

       


ରଣପୁର,୫।୯,(ଉତ୍କଳ ନ୍ୟୁଜ୍୭):ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ର ଶତାଧିକ କୃଷକ ଓ କୃଷକ ପ୍ରତିନିଧି ମାନଙ୍କୁ ନେଇ ଆଜି ରଣପୁର ରଘୁଦିବାକର ଭବନ ନିକଟରେ ୨୪ତମ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ନୟାଗଡ଼ କୃଷକ ଜିଲ୍ଲା ସଭାପତି ଗୋଲଖ ବିହାରୀ ମୁଦୁଲି ଲାଲ ପତାକା ଉତ୍ତୋଳନ କରି ସହିଦ୍ ବେଦିରେ ମାଲ୍ୟାର୍ପଣ ପରେ ଜିଲ୍ଲା ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର ଆନୁଷ୍ଠାନିକ ଭାବେ ସମ୍ମିଳନୀ ଉଦଘାଟନ  କରିଥିଲେ । ବ୍ଲକ୍ ସମ୍ପାଦକ ଗଦାଧର ପ୍ରଧାନ ରିପୋର୍ଟ ଉପସ୍ଥାପନ କରିବା ପରେ ୧୬ ଜଣ ସାଥୀ ଆଲୋଚନା ରଖିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ନୀତି କୁ ତୀବ୍ର ସମାଲୋଚନା କରିଥିଲେ।କ୍ଷେତ ମଜଦୂର ନେତା ଦୁଃଶାସନ ଜେନା ଓ ଗଣତାନ୍ତ୍ରିକ ମହିଳା ସମିତି ର ନେତ୍ରୀ ବୈଜୟନ୍ତି ମିଶ୍ର ସମ୍ମିଳନୀ କୁ ସମ୍ବୋଧିତ କରି ଚାଷୀ ଏକତା ଗଢ଼ି ତୋଳିବାକୁ ଆହ୍ବାନ ଦେଇଥିଲେ । ଓଡ଼ଗାଁ ବ୍ଲକ ସମ୍ପାଦକ ନିରଞ୍ଜନ ସାହୁ କୃଷକ ସଂଗଠନ କୁ ସୁଦୃଢ଼ କରିବା ପାଇଁ ବିରତ୍ଵ ସଂଗ୍ରାମ କରିବାକୁ ପରାମର୍ଶ ଦେଇଥିଲେ। ରଜତ କୁମାର ଜେନା ଓ ସୁଶିଲ ମହାନ୍ତି ସଭାପତି ମଣ୍ଡଳୀ ରେ ରହି ସମ୍ମିଳନୀ ପରିଚାଳନା କରିଥିଲେ । ଆଗାମୀ ୩ ବର୍ଷ ପାଇଁ ୧୮ ଜଣିଆ ଏକ କମିଟି ଗଠନ ହୋଇଥିଲା ।କୃଷକ ମାନଙ୍କ ର ସମସ୍ତ ସମସ୍ୟା କୁ ନେଇ ଆନ୍ଦୋଳନ କରିବା ପାଇଁ ସର୍ବ ସମ୍ମତି ରେ ନିଷ୍ପତ୍ତି ହୋଇଥିଲା ।ଆୟୋଜିତ ଏହି ସମ୍ମିଳନୀରେ ରିହାତି ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ସୋସାଇଟ ମାଧ୍ୟମରେ ଯଥା ଶୀଘ୍ର ଯୋଗାଇବା, ଗତ ବର୍ଷ ଲଗାଣ ବର୍ଷା ଯୋଗୁଁ  ଗଜା ଧାନର କ୍ଷତି ପୂରଣ ଦେବା, ଭାଗଚାଷୀ ମାନଙ୍କୁ ଚାଷୀ ର ମାନ୍ୟତା ଦେବା, ଦରଦାମ କମାଇବା, ଧାନ କ୍ଵିଣ୍ଟାଲ ୩୦୦୦ ଟଙ୍କା କରିବା, ସବୁ ଫସଲ ର ଲାଭଜନକ ଦର୍ ଦେବା, କୃଷି ଋଣ ଛାଡ଼ କରିବା ପ୍ରଭୃତି ଦାବି ଉପସ୍ଥାପନ କରିବା ସହ ଉପୋରକ୍ତ ଦାବୀ ପୂରଣ ପାଇଁ ଜିଲ୍ଲାପାଳଙ୍କୁ ରଣପୁର ତହସିଲଦାର ଓ କୃଷି ଅଫିସର ଙ୍କ ଜରିଆରେ ଦାବିପତ୍ର ଦିଆଯାଆଥିବା ଜଣାପଡିଛି । ଯଥା ଶୀଘ୍ର ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବା ପାଇଁ ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଅଛି ।

Post a Comment

0 Comments

Please Select Embedded Mode To show the Comment System.*