ରଣପୁର ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ତରଫରୁ ରାଜସୁନାଖଳା ଜୋନରେ ମେଗା ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

utkalnews7
By
0


ରଣପୁର,୪।୯,(ଉତ୍କଳ ନ୍ୟୁଜ୍୭): ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଅବସରରେ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରାଜସୁନାଖଳା ଜୋନର ସମସ୍ତ ୧୦ଟି ଗ୍ରା:ପ ଯଥା ରାଜସୁନାଖଳା, ନରେନ୍ଦ୍ରପୁର, କାସନ୍ଦା, ସୁରକବାଡି, କୁଳାସର, ତାଳକଣି, ଖଇରପଲ୍ଲୀ,ଗଡ଼ବାଣିକିଲୋ, ଲୋଧାଚୁଆ, ବୃନ୍ଦାବନପୁର ଠାରେ "ବୃକ୍ଷରୋପଣ ଓ ପରିବେଶ ସଚେତନତା"କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳର ସଭାପତି ତଥା ଆଇନଜୀବି ରାଜୀବ ଲୋଚନ ପ୍ରଧାନଙ୍କ ନେତୃତ୍ୱ ଓ ରଣପୁର ବ୍ଲକ ଯୁବ ବିଜେଡି ସଭାପତି ରଶ୍ମି ରଞ୍ଜନ ସାହୁ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ,ସମ୍ମାନିତ ଅତିଥି ଭାବରେ ଖଇରପଲ୍ଲୀ ଗ୍ରା:ପ ସରପଞ୍ଚ ବୃନ୍ଦାବନ ମାହାନ୍ତି, ଖଇରପଲ୍ଲୀ ଗ୍ରା:ପ ସମିତିସଭ୍ୟା ପ୍ରମିଳା ସ୍ୱାଇଁ ,ଗୋପାଳପୁର ଜୋନ ଯୁବ ବିଜେଡି ଅକ୍ଷୟ କୁମାର ପ୍ରଧାନ, ବୃନ୍ଦାବନପୁର ଗ୍ରା:ପ ସରପଞ୍ଚ କୀର୍ତ୍ତନ ପ୍ରଧାନ, ବୃନ୍ଦାବନପୁର ଗ୍ରା:ପ ସମିତିସଭ୍ୟା ପୁଷ୍ପାଞ୍ଜଳି ମିଶ୍ର,ନରେନ୍ଦ୍ରପୁର ଗ୍ରା:ପ ସରପଞ୍ଚ ତ୍ରିନାଥ ରାଉତ,ସୁର୍କାବାଡ଼ି ଗ୍ରା:ପ ସମିତିସଭ୍ୟା ଅନୁରାଧା ମିଶ୍ର, ଗଡ଼ବାଣିକିଲୋ ଗ୍ରା:ପ ସରପଞ୍ଚ ବ୍ରଜବନ୍ଧୁ ରାଉତରାୟ, ଲୋଧାଚୁଆ ଗ୍ରା:ପ ସମିତିସଭ୍ୟ ମୀନକେତନ ନାୟକ, ସମାଜସେବୀ ଲିଙ୍ଗରାଜ ପ୍ରଧାନ,କୃଷ୍ଣଚନ୍ଦ୍ର ମହାପାତ୍ର, ପଦ୍ମ ଚରଣ ବରାଡ଼, ସଞ୍ଜୟ ବରାଡ଼, ରଞ୍ଜନ ବରାଡ଼ ପ୍ରମୁଖ ଯୋଗଦେଇଥିଲେ ତତସହିତ ସମାଜସେଵୀ ତଥା ବିଜୁପ୍ରେମୀ ଗଦାଧର ବଳିୟାରସିଂହ,ନବ କିଶୋର ରଣା, ରାଜ କିଶୋର ରଣା ଛାତ୍ର ଓ ଯୁବ ନେତା ବାପି ସାହୁ, ସନ୍ତୋଷ ବରାଡ଼, ସମୀର କୁମାର ସାହୁ କୃଷ୍ଣ ଚନ୍ଦ୍ର ଵାଚସ୍ପତି,ଗୋପ ସାହୁ, ଦୋଳ ଗୋବିନ୍ଦ ସାହୁ, ଅମୀୟ କୁମାର ପ୍ରଧାନ, ଦିପୁ ସାହୁ, ବୁଲୁ ପ୍ରଧାନ, ଝୁଲିଆ ଦାସ,ରମାକାନ୍ତ ପରିଡା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଜେଡି କାର୍ଯ୍ୟକର୍ତ୍ତା ଯୋଗ ଦେଇ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥଲେ । ଆଗାମୀ ଦିନରେ ବିଜୁ ଜନତା ଦଳର ନିର୍ଦେଶ କ୍ରମେ ତାହାର ପ୍ରମୁଖ ଛାମୁଆ ସଂଗଠନ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆହୁରି ପରିବେଶ ସଚେତନତା କାର୍ଯ୍ୟକ୍ରମ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ବ୍ୟାପକ ଭାବରେ କରାଯିବା ବୋଲି ଅତିଥିମାନେ ମତାମନ୍ତବ୍ୟ ଦେଇଥଲେ ।

Post a Comment

0 Comments

Please Select Embedded Mode To show the Comment System.*