ଶେଷ ହେଲା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ।

utkalnews7
By
0




ରଣପୁର, ୨୧ା୧୦ : କୁନି କୁନି ଶିଶୁମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ସରକାରୀ ବିଦ୍ୟାଳୟମାନଙ୍କରେ ପ୍ରତିବର୍ଷ ସୁରଭି ବା ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ  | ପ୍ରତିବର୍ଷ ଭଳି ଚଳିତ ବର୍ଷ ଗୌରାଙ୍ଗପୁର କ୍ଲଷ୍ଟରର ସୁରଭି କାର୍ଯ୍ୟକ୍ରମ ଗୌରାଙ୍ଗପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସି.ଆର.ସି.ସି. ସନ୍ତୋଷ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଗୌରାଙ୍ଗପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତି, ମୂଖ୍ୟ ବକ୍ତା ଭାବେ ଗୌରାଙ୍ଗପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ନେହଲତା ମହାପାତ୍ର, ସମ୍ମାନୀତ ଅତିଥି ଭାବେ ପିମ୍ପଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିବ ପ୍ରସାଦ ଦାଶ, ଗୌରାଙ୍ଗପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସଭାପତି ମାନସ କୁମାର ଷଡ଼ଙ୍ଗୀ, ଗୌରାଙ୍ଗପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଭାପତି ତନ୍ମୟ କୁମାର ଜେନା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ପିଲାମାନଙ୍କୁ ସୁରଭି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ବୁଝାଇ ଥିଲେ   | ଏହା ପରେ ଚିତ୍ରାଙ୍କନ, କୁଇଜ, ବିତର୍କ, ପ୍ରବନ୍ଧ ଲିଖନ, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ହସ୍ତାକ୍ଷର, ନୃତ୍ୟ ଆଦି ବିଭାଗରେ ପ୍ରତିଯୋଗିତା କରାଯାଇଥିଲା  | ଏହାପରେ ଉଦଯାପନୀ ଓ ପୁରସ୍କାର ବିତରଣୀ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା  | ଏଥିରେ ମୂଖ୍ୟ ଅତିଥି ଭାବେ ଗୌରାଙ୍ଗପୁର ସରପଞ୍ଚ ପ୍ରଭାତ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ସଙ୍ଗୀତ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ବେହେରା, ସମ୍ମାନୀତ ଅତିଥି ଭାବେ ଗୌରାଙ୍ଗପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତି, ସମାଜସେବୀ ଶୀତେନ୍ଦ୍ର ବଳିଆରସିଂହ, ଗୌରାଙ୍ଗପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ନେହଲତା ମହାପାତ୍ର, ସି.ଆର.ସି.ସି. ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ  | ଗୌରାଙ୍ଗପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ  | ଶିକ୍ଷକ ପ୍ରତାପ କିଶୋର ପ୍ରଧାନ ଓ  ନରସିଂହ ମାଝି ବାଦ୍ୟ ବାଦନରେ ସହଯୋଗ କରିଥିଲେ  |  ଶିକ୍ଷକ ସୁରେଶ ଶତପଥୀ, ଅଜୟ କୁମାର ପ୍ରଧାନ, ନୃସିଂହ ଚରଣ ଚୌଧୁରୀ ପ୍ରମୁଖ ଓପନ କୁଇଜ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  | କଳା ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ଓ ଶରତ ଚନ୍ଦ୍ର ମହାରଣା ପ୍ରମୁଖ ଡ୍ରଇଁ ଓ ହସ୍ତଶିଳ୍ପ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | ଶିକ୍ଷକ ସୁଶୀଲ କୁମାର ରଣା ମଞ୍ଚ ପରିଚାଳନା କରିଥିଲେ  |  ଶେଷରେ ଅତିଥିମାନେ ଏହି କାର୍ଯ୍ୟକ୍ରମରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ଓ କପ ପ୍ରଦାନ କରି ପୁରସ୍କୃତ କରିଥିଲେ  |  ପାର୍ବତୀ ସାହୁ, ସନ୍ଧ୍ୟାରାଣୀ ସେଠି, ସାଗରିକ ମିଶ୍ର, ବିଷ୍ଣୁପ୍ରିୟା ମହାରଣା, ତାପସ ରଞ୍ଜନ ପ୍ରଧାନ, ସନ୍ତୋଷ କୁମାର ଦାଶ, ନବ କିଶୋର ମୁଦୁଲି, ସୁରେନ୍ଦ୍ର ସାହୁ, ସର୍ବେଶ୍ୱର ସାହୁ, ପଦ୍ମାବତୀ ବେହେରା, ସିନିବାସ ସାମନ୍ତରାୟଙ୍କ ସହ କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ  | ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ   |

Post a Comment

0 Comments

Please Select Embedded Mode To show the Comment System.*