ନୟାଗଡ଼ରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ।

utkalnews7
By
0


ନୟାଗଡ଼,୧୯।୧୦,(ଉତ୍କଳ ନ୍ୟୁଜ୍୭): ନୟାଗଡ଼ ଜିଲ୍ଲା ନୟାଗଡ଼ ବ୍ଲକ ଓ ପୌର ପରିଷଦ ବିଜୁ ଜନତା ଦଳ ଆନୁକୁଲ୍ୟରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ।ଏହି ଜନ ସମ୍ପର୍କ ପଦଯାତ୍ରା ନୟାଗଡ଼ ବିଜେଡି କାର୍ଯ୍ୟାଳୟ ଠାରୁ ବାହାରି କଲିମି ତୋଟାଠାରେ ଶେଷ ହୋଇଛି।ଆୟୋଜିତ ଏହି ଜନ ସମ୍ପର୍କ ଶୋଭାଯାତ୍ରା ସାଧାରଣ ସଭାରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ନୟାଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର  ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ଗୁରୁ ପ୍ରସାଦ ଜେନା, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ଗଡ଼ ଭାବେ ପରିଚୟ ଲାଭ କରିଥିବା ଏବଂ ଓଡ଼ିଶାର ବିକାଶ ପାଇଁ ବିଜେଡିକୁ ଶକ୍ତିଶାଳୀ କରିବା ଉପରେ ଅତିଥିମାନେ ମତ ବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ ଓ ଜନ କଲ୍ୟାଣ ପାଇଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା, ମହିଳାଙ୍କୁ ସଶକ୍ତ କରିବା ପାଇଁ ମିଶନ ଶକ୍ତି ଯୋଜନା ପ୍ରଣୟନ କରିଥିବା, ସ୍ୱାସ୍ଥ୍ୟ ସୁବିଧା ପାଇଁ ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରିଥିବା ଅତିଥିମାନେ କହିଥିଲେ।ସାରା ଦେଶରେ ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ନବୀନଙ୍କ ପାଇଁ ଓଡ଼ିଶା ବହୁ ପାକୃତିକ ବିପର୍ଯ୍ୟୟର ସାମ୍ନା କରି ମଧ୍ଯ ବିକାଶ ଦିଗରେ ଅଗ୍ରସର ହୋଇଥିବା ବକ୍ତବ୍ୟରେ କହିଛନ୍ତି। ଜନସଂପର୍କ ପଦଯାତ୍ରା ମାଧ୍ୟମରେ ବିଜେଡି ଲୋକଙ୍କ ନିକଟତ୍ତର ହୋଇଥିବା ଜଣାଯାଇଛି। ଏହି କାର୍ଯ୍ୟକ୍ରମରେ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁଙ୍କ ସମେତ ଅନେକ ମହିଳା, ଯୁବ ଓ ଛାତ୍ର ସାମିଲ ହୋଇଥିଲେ।ଏହି ପଦଯାତ୍ରା ଏକ ବିଶାଳ ରୂପ ନେଇଥିଲା ଯାହା କି କେବେ ଆଗରୁ ଦେଖିବାକୁ ମିଳିନଥିଲା, ଆଗାମୀ ଦିନରେ ପୁନର୍ବାର ଏକ ବିଶାଳ ସମାବେଶ ହେବାର ଆଭାସ ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*