ସପ୍ତମ ନିଶା ନିବାରଣ ତଥା ବ୍ୟବହାର ପରିବର୍ତ୍ତନ ଶିବିର ଉଦଯାପନ।

utkalnews7
By
0


ଜଟଣୀ, ଖୋର୍ଦ୍ଧା (୦୭।୧୧): ଗତ ସୋମବାର ଦିନ ସୋସାଇଟି ଫର୍ ଚିଲ୍ଡରେନ୍ (ସୋଚ୍) ଅନୁଷ୍ଠାନ ର ଜଟଣୀ ସ୍ଥିତ ରିହାବ କେନ୍ଦ୍ର ରେ ସପ୍ତମ ନିଶା ନିବାରଣ ତଥା ବ୍ୟବହାର ପରିବର୍ତ୍ତନ ଶିବିରର ଉଦଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଶ୍ରୀ ଅମରେଶ ଦାଶ SBI ର AGM, LHO, Bhubaneswar , ଶ୍ରୀଯୁକ୍ତ ୟାଜ୍ଞଶୀଶ ମହାପାତ୍ର, ଜିଲ୍ଲା ଗଭର୍ଣ୍ଣର୍ ରୋଟାରୀ ଇଣ୍ଟର୍ଣାସ୍ନାଲ (2024-25), ଶ୍ରୀ ଅହସାସ ହୋତା, ଭାରତୀୟ ଦଳ ଟାଏକୱଣ୍ଡୋ ଖେଳାଳୀ ତଥା ବିଶ୍ଵ ଟାଏକୱଣ୍ଡୋ ଚାମ୍ପିଅନସିପ ବିଜେତା, ଶ୍ରୀମତୀ ମାନସୀ ପାଢ଼ୀ, ସି ଡବ୍ଲୁ ସି ମେମ୍ବର, ଖୋର୍ଦ୍ଧା, ଶ୍ରୀଯୁକ୍ତ ବିପିନ ମହାନ୍ତି, ସୋଚ୍ ଆଡଭାଇଜରୀ ବୋଡ୍ ମେମ୍ବର, ଶ୍ରୀଯୁକ୍ତ ପଦାରବିନ୍ଦ ସାହୁ, ପ୍ରେସିଡେଣ୍ଟ ରୋଟାରୀ କ୍ଲବ, ଜଟଣୀ ଏବଂ ମନୋଜ କୁମାର ସ୍ବାଇଁ, ନିର୍ଦ୍ଦେଶକ, ସୋଚ୍ ପ୍ରମୁଖ ଉପସ୍ଥିତ ରହି ଶିବିରର ପିଲାମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତ କୁ ଫେରିବା ତଥା ତାଙ୍କର ଉଜ୍ବଳ ଭବିଷ୍ୟତ ନିମନ୍ତେ ପ୍ରେରଣା ଦେଇଥିଲେ।


 ଉପସ୍ଥିତ ଅତିଥି ମାନଙ୍କ ମାଧ୍ୟମରେ ଦୀପ ପ୍ରଜ୍ଜ୍ୱଳନ ଦ୍ଵାରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅନୁଷ୍ଠାନ ର କର୍ମକର୍ତ୍ତା ସୁଶ୍ରୀ ମନିଷା ପ୍ରଧାନ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିବା ବେଳେ ସୋଚ୍ ର ମୁଖ୍ୟ ଶ୍ରୀ ମନୋଜ କୁମାର ସ୍ବାଇଁ ଅତିଥି ଙ୍କୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ତାଙ୍କ ପରେ ପ୍ରୋଗ୍ରାମ ପୁନର୍ଜୀବନ ମୁଖ୍ୟ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସିଂ ସଭା ର ମୂଳ ବିବରଣୀ ପାଠ କରିଥିଲେ ତଥା ଶିବିରର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । କିପରି ଭାବେ ଏହି ଶିବିର ମାଧ୍ୟମରେ ପିଲାମାନଙ୍କ ଜୀବନରେ ପରିବର୍ତ୍ତନ ଆସିଛି ଶିବିରରେ କାର୍ଯ୍ୟରତ ଶିକ୍ଷକ ରଞ୍ଜନ ଧଳ ଏବଂ ରୋଜାଲିନ ବେହେରା କିଛି ଜୀବନ୍ତ ଉଦାହରଣ ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଉପସ୍ଥିତ ଅତିଥି ବୃନ୍ଦ ପିଲାଙ୍କ ଜୀବନରେ ଶିକ୍ଷା ଏବଂ ଅନୁଶାସନ ର ମହତ୍ତ୍ଵ ତଥା ମାତା ପିତାଙ୍କ ଭୂମିକା ଉପରେ ମଧ୍ୟ ତାଙ୍କ ଉଦବୋଧନରେ ଗୁରୁତ୍ଵ ଦେଇଥିଲେ। ଶ୍ରୀ ଅହସାସ୍ ହୋତା ପିଲାଙ୍କୁ ଯାଦୁ ଦେଖାଇ ତାଙ୍କର ମନୋରଞ୍ଜନ କରିଥିବା ବେଳେ ଶେଷରେ ପିଲାମାନେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ। ଶିବିରକୁ ସଫଳ କରିବାରେ ଜଡ଼ିତ ଥିବା ଅନ୍ୟ କର୍ମକର୍ତ୍ତା ଯଥା ମନସ୍ଵିନୀ ସ୍ବାଇଁ, ସାଧନା, ରିଲୁ ପରିଡ଼ା, ସୁକାନ୍ତ ପରିଡ଼ା, କୁମାର ମହାପାତ୍ର, ଟୁନୀ ସ୍ବାଇଁ ତଥା ଅନ୍ୟ ଅତିଥି ମାନଙ୍କୁ ଧନ୍ୟବାଦ ଦେବା ସହ ଶିବିର ଉଦଯାପିତ ହୋଇଥିଲା। ସମାଜରେ ଥିବା ଏମିତି ଆହୁରି ପିଲାଙ୍କୁ ଆଗାମୀ ଶିବିରରେ ଯୋଡ଼ି ତାଙ୍କ ଜୀବନରେ ପରିବର୍ତ୍ତନ ଆଣି ତାଙ୍କୁ ସମାଜର ମୁଖ୍ୟ ସ୍ରୋତ କୁ ନେବାକୁ ସୋଚ୍ କାର୍ଯ୍ୟରତ ବୋଲି କହିଛନ୍ତି ଅନୁଷ୍ଠାନ ମୁଖ୍ୟ ଶ୍ରୀ ମନୋଜ କୁମାର।

Post a Comment

0 Comments

Please Select Embedded Mode To show the Comment System.*