Ad Code

Responsive Advertisement

ବିଶିଷ୍ଟ ଶିକ୍ଷାବିତ୍ ବି ରଙ୍ଗନାଥନଙ୍କ ୧୧୫ତମ ଜୟନ୍ତୀ ପାଳିତ।

 


ଟାଙ୍ଗୀ,(ଉତ୍କଳ ନ୍ୟୁଜ୍୭),୧୦।୧୧ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍,ଇ°ରାଜୀ ଭାଷା ତତ୍ତ୍ବବିତ୍ ତଥା ନାଚୁଣୀ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ବି ରଙ୍ଗନାଥନ ଙ୍କ ୧୧୫ ତମ ଜୟନ୍ତୀ ଚିଲିକା ପୂଜ୍ୟପୂଜା ସଂସଦ ଓ ଵି ରଙ୍ଗନାଥନ୍ ସ୍ମୃତି ସ°ସଦର ମିଳିତ ଆନୁକୁଲ୍ୟରେ ନାଚୁଣୀ ସ୍ଥିତ ଶ୍ରୀ ଅରବିନ୍ଦ ନଗର ଠାରେ ପାଳିତ ହୋଇଯାଇଛି। ପ୍ରାରମ୍ଭ ରେ ଆମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରିବା ସହିତ  ବି ର°ଗନାଥନଙ୍କ ତୈଳ ଚିତ୍ର ରେ ଧୂପ ପୁଷ୍ପ ଅର୍ପଣ କରିଥିଲେ।" ଜାଗୃତିକା " ର ସଭାପତି ଗାୟକ  ନବକିଶୋର ମହାରଣା ଙ୍କ  ପୈ।ରହିତରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ର ପ୍ରାକ୍ତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ତଥା ମୁଖ୍ୟ ବକ୍ତା ଭାବେ ବାଲୁଗାଁ ସ୍ଥିତ କାଳିଜାଇ କଲେଜର ଅଧ୍ୟକ୍ଷ  ଗ°ଗାଧର ପ୍ରଧାନ ଯୋଗ ଦେଇ ସ୍ବର୍ଗତ ରଙ୍ଗନାଥନ ଙ୍କୁ ଜଣେ ସଚ୍ଚୋଟ, କର୍ତ୍ତବ୍ୟ ନିଷ୍ଠ,ସମୟାନୁଵର୍ତୀ ଦକ୍ଷ ପ୍ରଶାସକ ଭାବେ ଅଭିହିତ କରିବା ସହ ତାଙ୍କର ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ଓଡ଼ିଶା ର ଶିକ୍ଷା ବିକାଶ ରେ କରିଯାଇଥିବା ଅବଦାନ ଅତୁଳନୀୟ ବୋଲି ମତ ପ୍ରକାଶ କରିଥିଲେ। ଉକ୍ତ ସଭାରେ ଚିଲିକା ଜର୍ଣାଲିଷ୍ଟ ୟୁନିୟନର ସଭାପତି ଭିକାରୀ ଚରଣ ପ୍ରଧାନ, ଅଲାଇଡିହ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ହି°ମାଶୁ କୁମାର ପତି, ଶିକ୍ଷକ ଦୁର୍ଯୋଧନ ପ୍ରଧାନ, ଶିକ୍ଷକ ବିରଞ୍ଚି ନାରାୟଣ ନାୟକ ଓ ନାଚୁଣୀ କଲେଜ ର ଡେମୋନଷ୍ଟ୍ରେଟର ଅଜିତ୍ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ତାଙ୍କର ବହୁମୁଖୀ ପ୍ରତିଭାର ଆଲୋକ ପାତ କରିଥିଲେ। ଏହି ଅବସରରେ ବରିଷ୍ଠ ପ୍ରାକ୍ତନ ଶିକ୍ଷକ ହାଡିବନ୍ଧୁ ପତିଙ୍କୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏ ସମସ୍ତ କାର୍ଯ୍ୟ କୁ ଚିଲିକା ପୂଜ୍ୟପୂଜା ସ°ସଦର ସଭାପତି ଦିଲ୍ଲୀପ କୁମାର ଶତପଥୀ ସ°ଯୋଜନା କରିଥିବାବେଳେ ସ୍ମୃତି ସ°ସଦର ସ°ପାଦକ ଲିଟନ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments