Ad Code

Responsive Advertisement

ଡ଼କାୟତି ଯୋଜନା ପଣ୍ଡ,୩ ଜଣ କୁଖ୍ୟାତ ଡକାୟତ ଗିରଫ ।


ରଣପୁର,୨୦।୧୧,(ଉତ୍କଳ ନ୍ୟୁଜ୍୭) : ରଣପୁର ଥାନା ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଡ଼କାୟତଙ୍କ ଆତଙ୍କ । ଡକାୟତି ଯୋଜନା ବେଳେ ମାଡି ବସିଲା ରଣପୁର ଥାନା ପୋଲିସ l ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କୋଟଗଡ଼ ଘାଟିରୁ ୩ଜଣ ପେସାଦାର ଅପରାଧୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୩ଟି ବାଇକ ଓ ବିଭିନ୍ନ ମାରଣାଅସ୍ତ୍ର ଜବତ କରିଛି l ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ମୁନା ରଥି,ରାହୁଲ ସ୍ୱାଇଁ, ଏବଂ ସିଲୁ ନାୟକ l ସମସ୍ତଙ୍କ ଘର ରଣପୁର ଥାନା ଅଞ୍ଚଳରେ ହୋଇଥିବା ବେଳେ ଏମାନଙ୍କ ନାମରେ ୩୦ରୁ ଉର୍ଦ୍ଧ ମାମଲା ରହିଥିବା ରଣପୁର ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି l

ରଣପୁର ରୁ ଚିରଞ୍ଜିବୀ ଦାଶଙ୍କ ରିପୋର୍ଟ।

Post a Comment

0 Comments