ଦଲାଲ ଙ୍କ କବ୍ଜାରେ ଅଠର ବାଟିଆ ପଞ୍ଚାୟତ l

utkalnews7
By
0


             

ଚିଲିକା,୨୦।୧୧,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ ନିମିଖେତା ପଞ୍ଚାୟତ ରୁ ଅଲଗା ହୋଇ ଅଠର ବାଟିଆ ପଞ୍ଚାୟତ ହେଲା । ହେଲେ ପଞ୍ଚାୟତ ଉର୍ନତି କରଣ ପାଇଁ ପାଇଁ ୨ କୋଟି ଟଙ୍କା ମଞ୍ଜୁରୀ ମିଳିଥିବା ବେଳେ ସବୁକାମ ଅଧା ପାନ୍ତରିଆ ହୋଇ ପଡି ରହିଛି,ସରକାର ଙ୍କ ଯୋଜନା କୁ ଠକୁଛି କିଏ? ନେତା, ରାଜ ନେତା ନା କୁଜିନେତା ଏଠି ବ୍ଲକ ପ୍ରଶାସନ ଜାଣି ମଧ୍ୟ୍ୟ ନଜାଣିଲା ପରି ହେଉଛନ୍ତି, ଭିତିରି p.c କେତେ?  ଆଉ G.R.S. ଏଥିରେ ସାଜିଛି ମୁଖ୍ୟ ଭୂମିକା ଦୁର୍ନୀତି ର ଗନ୍ଧ ବାରିହୋଇ ଥିବା ବେଳେ ସତେ ଯେମିତି ମାଛିକୁ ମ ବୋଲି ଜାଣିନାହାନ୍ତି l ଏଠି ସରପଞ୍ଚ ହେଉଛନ୍ତି ରବର ଷ୍ଟାମ୍ପ ଦଲାଲ ଙ୍କ ପ୍ରେସରରେ ସବୁ କାମ ହାତ ଟେକି ଦେଉଛନ୍ତି, ଏନ ଆର ଜୀଏସ କାମ ରେ ଯାହା ତ ଖାଇଲେ ଶେଷରେ ତିନି ଲଖ୍ୟ ଟଙ୍କା ମାଟି ରାସ୍ତା କୁ ଗିଳି ପକାଇଲେ, ଏ ହେଇଚି ଛେଦପଦର ଓ ବିଧାରପୁର କୁ ରାମେଶ୍ୱର ନଗର ରାସ୍ତା ଏକ ଲଖ୍ୟ ଟଙ୍କା ମାଟି ପଡିଛି ବୋଲି ଯାହା ସୂଚନା ଥିବା ବେଳେ ତିନି ଲକ୍ଷ୍ୟ ଟଙ୍କା ବିଲ ହୋଇଛି, କାଳେ କିଏ ଜାଣିଦେଲେ ଅସୁବିଧା ହେବ ତେଣୁ ଫଳକ ଟିକୁ ଜଣଙ୍କ ପାଚେରୀ ସାଇଟ ରେ ଲୁଚେଇ ରଖା ଯାଇଛି, ପ୍ରକୃତ ରେ ଏହା ତଦନ୍ତ କଲେ ଗୋଟେ ପରେ ଗୋଟେ ଦୃନୀତି ପଦାରେ ପଡିବ ବାହାଦୁରିଆ କୁଜିନେତା ଙ୍କ ଅସଲ ମୁଖା ଖୋଲିଯିବ ବୋଲି ଯାହା ଜନସାଧାରଣ ରେ ଚର୍ଚ୍ଚା ହେଉଛି,ଏ ସବୁ ଉର୍ନତି ମୂଳକ କାମରେ ଜନସାଧାରଣ ଙ୍କୁ ଭକୁଆ ବନାଉ ନାହାନ୍ତି ତ ଯାହା ସକାଳୁ ଚାହା ଖଟି ଓ ପୋଖରୀ ତୁଠ ରେ ଚର୍ଚ୍ଚା ହେଉଛି l

Post a Comment

0 Comments

Please Select Embedded Mode To show the Comment System.*