ନୟାଗଡ଼,୧୮।୧୨,(ଉତ୍କଳ ନ୍ୟୁଜ୍୭) : କୁଆଡେ ଗଲା ୧୨ବର୍ଷୀୟ ନାବାଳକ ଅମ୍ରିତ, ଘଟଣାର ୫ଦିନ ପରେ ବି ଅମ୍ରିତର ପତ୍ତା ପାଉନି ପୋଲିସ, ପୁଅକୁ ନପାଇ କାନ୍ଦୁଚି ପରିବାର, ଝୁରୁଛନ୍ତି ସାଙ୍ଗସାଥି ଓ ସହପାଠୀ । ନୟାଗଡ ଜ଼ିଲ୍ଲା କୁରାଳ ସୁଵିଦ୍ଧିସାହିର ନାବାଳକ ନିଖୋଜ ଘଟଣାରେ ତଦନ୍ତ ପ୍ରକ୍ରିୟାରେ ଆଉ ଦୁଇପଦ ଆଗେଇଛି ନୟାଗଡ ପୋଲିସ l ଗାଁରେ ସାଇଣ୍ଟିଫିକ ଟିମ ଓ ଡଗ୍ସସ୍କ୍ଵାଡ ପହଞ୍ଚି ଛାନଭିନ କରିଥିବା ବେଳେ ସେମିତି କୌଣସି ତଥ୍ୟ ପାଇନଥିଲା ପୋଲିସ l ତେବେ ଗତ ଗୁରୁବାର ଦିନ ଟିୟୁସନ ଯାଇ ଆଉ ଘରକୁ ଫେରିନଥିଲେ ଅମ୍ରିତ l ଅଧାବାଟରୁ କେହି ଅପହରଣ କରିନେଇଥିବା ନେଇ ପରିବାର ପକ୍ଷରୁ ଓଡଗାଁ ଥାନାରେ ହୋଇଥିଲା ଅଭିଯୋଗ l ଗାଁ ପାଖ ରାସ୍ତା କଡ଼ରୁ ସାଇକେଲ ଉଦ୍ଧାର ହେବାପରେ ଅମ୍ରିତକୁ ଅପହରଣ କରାଯାଇଥିବା ନେଇ ବଢିଛି ସନ୍ଦେହ l ଲୋକେ କହିଛନ୍ତି ଅମ୍ରିତ ଟିୟୁସନରୁ ଘରକୁ ଫେରୁଥିବା ରାସ୍ତାରେ ୪ଦିନ ହେବ ଏକ ପିକଅପ ଭ୍ୟାନ ଠିଆହୋଇ ରହିଥିଲା କିନ୍ତୁ ଅମ୍ରିତ ନିଖୋଜ ପରଠାରୁ ସେ ଭ୍ୟାନଟି ଗାଏବ । ଏବେ ପ୍ରଶ୍ନ ଉଠୁଛି କୁଆଡେ ଗଲା ନାବାଳକ,ତାଙ୍କୁ ଅପହରଣ କରାଯାଇଛି ନା ନିଜେ କୁଆଡେ ଚାଲିଯାଇଛନ୍ତି,କାହିଁକି ଅର୍ନ୍ତଧ୍ୟାନ ହୋଇଗଲା ପିକଅପ ଭ୍ୟାନ,ବାଉଁଶ ବୁଦା ମୂଳେ ସାଇକେଲ ପଡିବା ଘଟଣା ଏବେ ଏମିତି କିଛି ସନ୍ଦେହ ସୃଷ୍ଟି କରୁଛି l ସେପଟେ ପୁଅକୁ ଶୀଘ୍ର ଖୋଜି ଆଣିବା ପାଇଁ ପରିବାର ଲୋକେ କହିଥିବା ବେଳେ ଖୁବ ଶୀଘ୍ର ଅମ୍ରିତର ସନ୍ଧାନ ମିଳିବ ବୋଲି ଓଡଗାଁ ଥାନା ଅଧିକାରୀ କହିଛନ୍ତି l