ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀ-୨୦୨୨ ଅନୁଷ୍ଠିତ ।

utkalnews7
By
0

ଟାଙ୍ଗୀ/ରଣପୁର,୧୮।୧୨,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କନ୍ଧ ନୟାଗଡ଼ ଗ୍ରାମ ପଂଚାୟତ ସ୍ଥିତ ମା' ଡୋମଣୀ ଦେବୀ କଲ୍ୟାଣ ମଣ୍ଡପ ସଭାଗୃହରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ "ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀ" ଓ "୯ମ ରାଜ୍ୟ ସ୍ତରୀୟ ସନ୍ଥ ଭକ୍ତଚରଣ ପ୍ରତିଭା ସମ୍ମାନ -୨୦୨୨" ଅନୁଷ୍ଠିତ ହୋଇ ଯାଇଛି l


 ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରଣପୁର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ରଣପୁର ବ୍ଲକ ଉପାଧ୍ୟାକ୍ଷ ପ୍ରଭାତ କୁମାର ଦଳବେହେରା, ସମ୍ମାନିତ ଅତିଥି ଭାବେ ଚାନ୍ଦପୁର ବରିଷ୍ଠ ନାଗରିକ ସଂଘ ସଭାପତି ଧନେଶ୍ୱର ଅଗ୍ରୱାଲ, ପୂର୍ବତନ ଖାଉଟି କଲ୍ୟାଣ କମିଟିର ସଭାପତି ନାରାୟଣ ମହାପାତ୍ର,ଚାନ୍ଦପୁର ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋତ୍ସ୍ନାମୟୀ ଦଳବେହେରା, ରଣପୁର ବ୍ଲକ ସଭାପତି ପାଣ୍ଡବ ସେଠି, ସିପିଆଇଏମ ଯୁବନେତା ସୁରେଶ ସ୍ୱାଇଁ,କନ୍ଧ ନୟାଗଡ଼ ଗ୍ରାମ ପଂଚାୟତ ସରପଞ୍ଚ ଗୁଲୁବାସ ସୁବୁଦ୍ଧି ଓ ଉତ୍କଳୀୟମ ଫାଉଣ୍ଡେସନର ରାଜ୍ୟ ମୁଖ୍ୟ ଉପଦେଷ୍ଟା ମନୋଜ ଦାଶ ଓ ଉତ୍କଳୀୟମ ଫାଉଣ୍ଡେସନର ରାଜ୍ୟ ସାଧାରଣ ସମ୍ପାଦିକା ସୁଚିତ୍ରା ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ଏହି ସଭାକାର୍ଯ୍ୟକୁ ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆଇନୀଜୀବୀ ରାଜିବ ଲୋଚନ ପ୍ରଧାନ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ l ଓଡିଶାରେ ବିକାଶରେ ଯୁବ ସମାଜର ଓ ସାମାଜିକ କର୍ମୀଙ୍କ ଭୂମିକା ସମ୍ପର୍କରେ ବିଷୟରେ ରାଜସୁନାଖଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ରବୀନ୍ଦ୍ର କୁମାର ସାହୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ଏହି ଉତ୍କଳୀୟମ ଫାଉଣ୍ଡେସନ କେବଳ ଓଡିଶା ନୁହେଁ ଓଡିଶା ବାହାରେ ଏକ ଟ୍ରଷ୍ଟ ଭାବେ କାର୍ଯ୍ୟ କରି ଆସୁଅଛି l ଏହି ଫାଉଣ୍ଡେସନ ବର୍ତମାନ ସୁଧା ୧୧ ଟି ରାଜ୍ୟରେ କାର୍ଯ୍ୟ କରି ଆସୁଅଛି l ଆଜିର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l ୨୦୧୪ ମସିହାରୁ ଉତ୍କଳୀୟମ ଫାଉଣ୍ଡେସନ ପକୃତି, ସଂସ୍କୃତି ଓ ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ ସମଗ୍ର ଭାରତ ବର୍ଷରେ କାର୍ଯ୍ୟ କରିଆସୁଅଛି l ଏବେ ଏହି ସଂଗଠନ ନୟାଗଡ଼ କି ଭୁବନେଶ୍ୱରରେ କେବଳ ଓଡିଶାରେ ସୀମିତ ହୋଇ ନାହିଁ, ତାହା ଦେଶ ବିଦେଶରେ ମଧ୍ୟ ପଠନ କରାଯାଉଛି ବୋଲି ମୁଖ୍ୟଅତିଥି ତଥା ରଣପୁରର ବିଧାୟକ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ମତ ପ୍ରକାଶ କରିଥିଲେ l ଓଡିଶାର ଯୁବକ ମାନଙ୍କ ସହ ସାମାଜିକ କର୍ମୀ ମାନଂକ ମଧ୍ୟରେ ଏକତା ରହିବା ସହ ଶୃଙ୍ଖଳିତ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଅଛି ବୋଲି ମୁଖ୍ୟବକ୍ତା ଓ ଅନ୍ୟ ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ଇଣ୍ଡିଆ ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ହାସଲ କରିଥିବା ସ୍ପ୍ରିଙ୍ଗ ବୟ ଏସ.ପି. ବଦ୍ରୀନାଥ କିଛି ସମୟ ପର୍ଯ୍ୟନ୍ତ ଆକର୍ଷଣୀୟ ତଥା ଚମତ୍କାର ଭାବେ ଯୋଗ ପ୍ରଦର୍ଶନ କରିଥିଲେ l ଏଥିରେ ସାମାଜିକ କର୍ମୀ, ସାମ୍ବାଦିକ, ପୋଲିସ, ସରପଞ୍ଚ, କୁନି ନୃତ୍ୟ ଶିଳ୍ପୀ, ଶିକ୍ଷକ, କବି କବୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ଦିଆ ଯାଇ ସମ୍ମାନିତ କରାଯାଇଥିଲା l  ଏହି କାର୍ଯ୍ୟକ୍ରମରେ ଓଡିଶାର ଅଞ୍ଚଳର କୋଣ ଅନୁକୋଣରୁ ବିଭିନ୍ନ ବ୍ୟକ୍ତି ଯୋଗ ଦେଇଥିଲେ l

Post a Comment

0 Comments

Please Select Embedded Mode To show the Comment System.*