ଗୋରୁ ବୋଝେଇ ଗାଡି ଜବତ : ୩ ଅଭିଯୁକ୍ତ ଗିରଫ।

utkalnews7
By
0


ଟାଙ୍ଗୀ,୧୮।୧୨,(ଉତ୍କଳ ନ୍ୟୁଜ୍୭) :  ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ ଜଂକିଆ ଥାନା ଅଂଚଳରେ ବେଧଡକ ଚାଲିଛି ଗୋ ଚାଲାଣ। ଏଥିପାଇଁ ପ୍ରଶାସନର ଲଗାମ ନଥିବା ବେଳେ ଏହାକୁ ରୋକ ଲଗାଇବାକୁ ଅଣ୍ଟା ଭିଡିଛନ୍ତି ନିରାକାରପୁରର ଆଂଚଳିକ ହିନ୍ଦୁ ସଂଗଠନର ସଦସ୍ୟମାନେ । ଆଜି ସକାଳୁ ନିରାକାରପୁର ଥାନା ଲେଣ୍ଡୋ ପଂଚାୟତ ସାମନ୍ତରାୟପୁର ଠାରୁ ଗୋ ଚାଲାଣ ହେଉଥିବା ଖବର ପାଇ ଆଂଚଳିକ ହିନ୍ଦୁ ସଂଗଠନର କର୍ମକର୍ତ୍ତାଗଣ ସେଠାରେ ପହଞ୍ଚି ଗୋରୁ ବୋଝେଇ ଗାଡିକୁ ଅଟକ ସେମାନଙ୍କୁ କାବୁ କରିନେଇଥିଲେ।ଗିରଫ ଅଭିଯୁକ୍ତ ମାନଙ୍କ ଗାଡିର କଟୁରୀ ଲୁହାରଡ ଆଦି ମାରଣାସ୍ତ୍ର ଜବତ କରାଯାଇଥିଲା।ଚାଲାଣ ହେଉଥିବା ଗୋରୁ ଗାଡି ଉଦ୍ଧାର କରି ଅଭିଯୁକ୍ତ ମାନଙ୍କୁ ନିରାକାରପୁର ବଜାରରେ ଚଲାଇ ଚଲାଇ ନିରାକାରପୁର ପୋଲିସ ଜିମା ଦେଇଥିଲେ। ଏକ ଟାଟା ଏସିରେ ୪ ଟି ଗାଇ ଚାଲାଣ ହେଉଥିବା ସୂଚନା ମିଳିଛି। ଚାଲାଣ କରୁଥିବା ୩ ଜଣ ଅଭିଯୁକ୍ତ ଜଂକିଆ ଥାନା ଛଣଗିରି ଅଂଚଳର ଏସ.କେ ସକୁନ,ଏସ.କେ କସିମ୍ ଓ ସେକ୍ ମତଲୁବ ଅଲ୍ଲି।ସମସ୍ତ ଅଭିଯୁକ୍ତଙ୍କୁ  ତଦନ୍ତ ପରେ କୋର୍ଟ ଚାଲାଣ କରାଯିବ ବୋଲି ଥାନାଅଧିକାରିଣୀ ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*