ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ।
By
January 01, 2023
0
ଟାଙ୍ଗୀ,୧।୧,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ବଜାର ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଶଗଡିଆ ସାହି କୁମାର ବେହେରା (୩୦) ବୋଲି ଜଣାପଡିଛି।ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣକ ବାଇକ୍ ରେ ତାପଙ୍ଗରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ନାଚୁଣୀ ଛକ ନିକଟରେ ଦିଭାଇଡରକୁ ଅସାବଧାନତା ବଶତଃ ପିଟି ଦେଇଥିଲେ। ଫଳରେ ସେଠାରୁ ଗୁରୁତର ଅବସ୍ଥାରେ ଚିଲିକା ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଟାଙ୍ଗୀ ଥାନା ପୋଲିସ୍ ମୃତଦେହ ଜବତ କରି ନାଚୁଣୀ ଫାଣ୍ଡି ପୋଲିସ୍ କୁ ହସ୍ତାନ୍ତର କରିଥିବା ବେଳେ ଏ ନେଇ ବାଣପୁର ଥାନା ପୋଲିସ ୧/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ସାହୁ କହିଛନ୍ତି।
Tags:

