ଶେଷ ହେଲା ୨୬ତମ ଚଣ୍ଡୀ ମହାଯଜ୍ଞ

utkalnews7
By
0

 


ରଣପୁର,(ଉତ୍କଳ ନ୍ୟୁଜ୍୭),୨୧।୧ : ରଣପୁର କଦମ୍ବସାହି ସ୍ଥିତ ମା ହାବୁଡ଼ାସିଂହୀ ମନ୍ଦିରରେ ୨୬ତମ ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇ ଆଜି ଗୋଧୂଳି ସମୟରେ ପୂର୍ଣ୍ଣାହୁତି କାର୍ଯ୍ୟ ସମାପ୍ତ ହୋଇଛି | ଏହି ଯଜ୍ଞ ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା | ଯଜ୍ଞ ସମିତି ତରଫରୁ ମିଳିଥିବା କାର୍ଯ୍ୟ ସୂଚୀ ଅନୁଯାୟୀ ଚଳିତ ମାସ ୧୭ ତାରିଖରେ ଅଙ୍କୁରାରୋପଣ, ୧୮ ତାରିଖରେ କଳସ ଯାତ୍ରା, ୧୯ ତାରିଖରେ ଯଜ୍ଞ ଆରମ୍ଭ ଓ ୨୦ ତାରିଖରେ ଯଜ୍ଞ କାର୍ଯ୍ୟ କରାଯାଇଥିଲା  | ୨୧ ତାରିଖ ଶନିବାର ତ୍ରିବେଣୀ ଅମାବାସ୍ୟା ଦିନ ଗୋଧୂଳି ସମୟରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା  | ଏହି ଯଜ୍ଞରେ ପ୍ରତ୍ୟେକ ଦିନ ଶହ ଶହ ଭକ୍ତ ଆସି ମା ହାବୁଡ଼ାସିଂହୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରନ୍ତି  | ପୂର୍ଣ୍ଣାହୁତି ଦିନ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା  | ଏହି ମନ୍ଦିର ସମ୍ବନ୍ଧରେ ଏକ ଜନଶ୍ରୁତି ରହିଛି | ତାହା ହେଉଛି  ସ୍ବପ୍ନଦେଶରେ ମାଆଙ୍କର ବାମ ପାଦ ତଳକୁ ଏକ ଯୋଗିନୀ ମୂର୍ତ୍ତି ଆବିର୍ଭାବ ହୋଇ ତା ପରେ ଅନ୍ତର୍ଦ୍ଧନ ହୋଇ ଯାଇଥିଲେ  | ଏକଥା ପ୍ରତ୍ୟକ୍ଷଦର୍ଶୀ ଭକ୍ତମାନେ କହନ୍ତି | ଏହି ପୂର୍ଣ୍ଣାହୁତିରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ପୂର୍ବତନ ରଣପୁର ବିଧାୟକ ରବି ନାରାୟଣ ମହାପାତ୍ର, ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ  | ଯଜ୍ଞ ସମିତିର ସମସ୍ତ ସଦସ୍ୟ ଓ କଦମ୍ବସାହିର ସମସ୍ତ ବାସିନ୍ଦା ଏହି ଯଜ୍ଞରେ ସମ୍ପୂର୍ଣ ସହଯୋଗ କରିଥିଲେ |

Post a Comment

0 Comments

Please Select Embedded Mode To show the Comment System.*