ହରିପୁର ଜଙ୍ଗଲରୁ ମିଳିଲା ମୃତ ଦେହ ଥିବା ସୁଟକେସ

utkalnews7
By
0

 


ଚିଲିକା ୨୨।୧(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲାର ନାଚୁଣୀ ଥାନା ନିକଟସ୍ଥ ହରିପୁର ଜଙ୍ଗଲରୁ ମିଳିଲା ମୃତ ଦେହ ଥିବା ଏକ ସୁଟକେସ । ଜଣେ ଯୁବକ କୁ ହତ୍ୟା କରିବା ପରେ ହତ୍ୟାକାରୀ ମାନେ ମୃତ ଦେହକୁ ଏହି ସୁଟକେସ ରେ ଭର୍ତ୍ତି କରି ଜଙ୍ଗଲରେ ଫୋପାଡ଼ି ଚମ୍ପଟ ମାରିଛନ୍ତି । ଆଜି ମଧ୍ୟାହ୍ନ ରେ ନାଚୁଣୀ ଥାନା ପୋଲିସ ପାଖରେ ପହଞ୍ଚିଲା ଖବର ଯେ , ଜଙ୍ଗଲ ମଧ୍ୟରେ ଏକ ନୁଆ ସୁଟକେସ ପଡିଛି , ପୋଲିସ ପହଞ୍ଚି ସୁଟକେସ ଖୋଲୁ-ଖୋଲୁ ଜଣେ ଯୁବକଙ୍କ ମୃତ ଦେହକୁ ଦେଖି ତାଜୁବ୍ ହୋଇଗଲା । ତଦନ୍ତ ଦିଗ ଆଗକୁ ନେବାକୁ ନାଚୁଣୀ ପୋଲିସ ସାଇଣ୍ଟଫିକ୍ ଟିମ୍ ଓ ଡଗ୍ ସ୍କ୍ୱ।ର୍ଡ ଟିମ୍ ର ସହଯୋଗ ନେଲା । ଘଟଣା ସ୍ଥଳରେ ବାଲୁଗାଁ ଏସ.ଡି.ପି.ଓ ମାନସ ରଞ୍ଜନ ବାରିକ , ଖୋର୍ଦ୍ଧା ଏସ.ପି. ସିର୍ଦ୍ଧାଥ କଟାରିଆଏବଂ ଏକ୍ୟୁଟିଭ୍ ମାଜିଷ୍ଟ୍ରେଟ ଭାବେ ଚିଲିକା ତହସିଲଦାର ପହଞ୍ଚିଲେ । ମୃତ ବ୍ୟକ୍ତି ଜଣକ କି'ଏ ?  ଚିହ୍ନଟ କରିବା ପୋଲିସ ପାଇଁ ମୁସ୍କିଲ ଥିଲା ।ଠିକ୍ ଏତିକି ବେଳେ ଖବର ପ୍ରଘଟ ହେବା ପରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ପହଞ୍ଚି ମୃତ ଦେହକୁ ଚିହ୍ନଟ କରିଥିଲେ । ମୃତ ଯୁବକ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବଳଭଦ୍ରପୁର ପଞ୍ଚାୟତ ର ଲାଖପଡା ଗ୍ରାମର ଗଦାଧର ମହାପାତ୍ର ଙ୍କ ପୁତ୍ର ମନୋରଞ୍ଜନ ମହାପାତ୍ର ( ଜିଲୁ ) । ମନୋରଞ୍ଜନ କିଛି ଦିନ ହେଲା ଟାଙ୍ଗୀ ଥାନା ଅଧିନସ୍ଥ ଚଣ୍ଡେଶ୍ୱର ଗ୍ରାମରେ ନିଜର ସମ୍ପର୍କୀୟ ଙ୍କ ଘରେ ରହୁଥିଲେ । ଗତକାଲି ରାତିରେ ମନୋରଞ୍ଜନ ହଠାତ୍ ଘରୁ ନିଖୋଜ ହୋଇ ଯାଇଥିଲେ  ଏବଂ ଆଜି ତାଙ୍କର ମୃତ ଦେହ ଏକ ସୁଟକେସ ରୁ ମିଳିଥିଲା ।କେହି ଦୃବୁର୍ତ୍ତ ମନୋରଞ୍ଜନ ମହାପାତ୍ର ଙ୍କୁ ହତ୍ୟା କରିବା ପରେ  ମୃତ ଦେହକୁ ଏକ ଆଟାଜ୍ ରେ ଭର୍ତ୍ତି କରି ଜଙ୍ଗଲ ମଧ୍ୟରେ ଫୋପାଡ଼ି ଦେଇଛି ବୋଲି ସ୍ପଷ୍ଟ ହୋଇଛି । କି'ଏ , କାହିଁକି ଏପରି ଏହି ହତ୍ୟାକାଣ୍ଡ ଘଟାଇଛି ତାହାକୁ ନେଇ ନାଚୁଣୀ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ତେଣୁ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯିବ ବୋଲି ବାଲୁଗାଁ ଏସ.ଡି.ପି.ଓ ସୂଚନା ଦେଇଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*