ଟାଙ୍ଗୀ/ଚିଲିକା,୨୩।୧,(ଉତ୍କଳ ନ୍ୟୁଜ୍୭) : ନିକଟସ୍ଥ ହରିପୁର ଜଙ୍ଗଲରୁ ଟ୍ରଲି ସୁଟକେଶ ରେ ଭର୍ତ୍ତି ଯୁବକଙ୍କ ମୃତ ଦେହ ଉଦ୍ଧାର ଘଟଣା ରେ ନାଚୁଣୀ ଥାନା ପୋଲିସ ମୃତ ଯୁବକ ଙ୍କ ପତ୍ନୀ ଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ଚାଲାଣ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଏସପି ସିଦ୍ଧାର୍ଥ କଟାରିଆ ଏବାବଦରେ ଆନୁଷ୍ଠାନିକ ଭାବେ ସାମ୍ବାଦିକ ସମ୍ମିଳନୀ ଡ଼ାକି ବିସ୍ତୃତ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଗିରଫ ବ୍ୟକ୍ତିମାନେ ହେଲେ ଯଥା ମୃତ ଯୁବକ ମନୋରଞ୍ଜନ ମହାପାତ୍ର (୩୫ବର୍ଷ) ଙ୍କ ପତ୍ନୀ ଶ୍ରୀମତି ନିଲି ଦାସ ତଥା ତାଙ୍କ ସମ୍ପର୍କୀୟ ଭାଇ ତଥା ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନା ଅନ୍ତର୍ଗତ ରାଜ ଜଙ୍କିଆ ଗ୍ରାମ ର ତ୍ରିନାଥ ଦାସ ଙ୍କ ପୁଅ " ମିଟୁ ଦାସ ( ୨୬ ବର୍ଷ)" ଏବଂ ନିଲିଙ୍କ ପୁରୁଷ ଵନ୍ଧୁ ତଥା ଟାଙ୍ଗୀ ଥାନା ଅନ୍ତର୍ଗତ ଗୋଡିପାଟଣା ସାହିର ବିଜୟ କୁମାର ସାହୁ ଙ୍କ ପୁଅ ଵିକ୍ରମ କୁମାର ସାହୁ (୨୯ ବର୍ଷ) ଯିଏକି ବର୍ତ୍ତମାନ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନା ଅନ୍ତର୍ଗତ ଡୋମଣୀ ସାହିରେ ବସବାସ କରନ୍ତି। ପ୍ରକାଶ ତାଙ୍କରି ପୋଲିସ ଏହି ଘଟଣାରେ ମୃତ ଦେହ ଭର୍ତ୍ତି ହୋଇଥିବା ସର୍ଫ ରଙ୍ଗର ଟ୍ରଲି ସୁଟକେଶ, ଗୋଟିଏ ପ୍ଲାଷ୍ଟିକ ଦଉଡ଼ି ଓ ଚୁନି , ଏହି ଘଟଣାରେ ବ୍ୟବହାର ହୋଇଥିବା ପଲସର ଗାଡ଼ି( ନ°- ଓ ଡି ୦୨ ଏସ୍ ୧୯୧୭) ପୋଲିସ ସୂଚନା ମୁତାବକ, ମୃତ ଯୁବକ ନୟାଗଡ଼ ଜିଲ୍ଲାର ବଳଭଦ୍ରପୁର ପଞ୍ଚାୟତର ଲାଖପଡା ଗ୍ରାମ ର ଗଙ୍ଗାଧର ମହାପାତ୍ର ଙ୍କ ପୁଅ ମନୋରଞ୍ଜନ ମହାପାତ୍ର (୩୨ ବର୍ଷ) ଅଟେ। ମୃତ ଯୁବକ ଙ୍କ ନାମ ରେ ୨ରୁ ୩ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଥାନାରେ ଏକାଧିକ ଡ଼କାୟତି ମାମଲା ରହିଥିବା ବେଳେ ତାଙ୍କ ଗିରଫଦାରୀ ପାଇଁ ପୋଲିସ ଓ୍ବାଣ୍ଟେଡ ରହିଥିଲେ। ଏଥି ସହିତ ମୃତ ଯୁବକ ପୂର୍ବରୁ ରହୁଥିବା ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ନିଜ ବାସ ସ୍ଥାନ ଅଞ୍ଚଳ ରେ ବିଭିନ୍ନ ମାମଲାରେ ସମସ୍ୟା ଉପୁଜିବାରୁ ସେ ସପରିବାର ଚିଲିକା ବ୍ଲକର ଚଣ୍ଡେଶ୍ବର ଅଧିନ ଦାରୁ ଗାଁ ରେ ଘର ଭଡା ନେଇ ରହୁଥିଲେ। ମୃତ ଯୁବକ ମନୋରଞ୍ଜନ ମଦ୍ୟପାନ କରି ନିଜର ପତ୍ନୀ ଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ। ସେ ଗତ ୨୦ ତାରିଖ ରେ ପତ୍ନୀ ନିଲିଙ୍କୁ କୁଆଡେ ପ୍ରବଳ ମାଡ଼ ମାରିଥିବା ରୁ ପତ୍ନୀ ଅସହାୟ ହୋଇ ସ୍ବାମୀ ମନୋରଞ୍ଜନ ଙ୍କୁ ଜୀବନରେ ମାରି ଦେବାକୁ ଷଡ଼ଯନ୍ତ୍ର ରଚିଥିଲେ। ଏଣୁ ଗତ ୨୧ ତାରିଖ ରାତିରେ ଅଭିଯୁକ୍ତ। ନିଲି ନିଜର ସମ୍ପର୍କୀୟ ଭାଇ ମିଟୁ ଦାସ ଓ ନିଜର ପୁରୁଷ ଵନ୍ଧୁ ବିକ୍ରମ କେଶରୀ ସାହୁ ଙ୍କୁ ଡକାଇ ଘରେ ଭୋଜି ଆସର କରିବା ସହ ସ୍ଵାମୀ ମନୋରଞ୍ଜନ ଙ୍କୁ ମାତ୍ରାଧିକ ମଦ ପିଆଇ ଅଚେତ କରିବା ପରେ ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ପ୍ରକାଶ। ତାପରେ ଚାନ୍ଦପୁର ବଜାର ରୁ ଏକ ସର୍ଫ ରଙ୍ଗର ଟ୍ରଲି ସୁଟକେଶ କିଣି ତା ମଧ୍ୟରେ ମୃତ ଦେହ ଭର୍ତ୍ତି କରି ହରିପୁର ଜଙ୍ଗଲ ମଧ୍ୟରେ ଫୋପାଡି ଦେଇଥିଲେ। ଆଜି ର ସାମ୍ବାଦିକ ସମ୍ମିଳନୀ ରେ ଏସ୍ ପି ଶିଦ୍ଧାର୍ଥ କଟାରିଆ ଉପରୋକ୍ତ ସୂଚନା ପ୍ରଦାନ ବେଳେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଙ୍କ ସହ ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ର ଶେଖର ଜେନା, ଟାଙ୍ଗୀ ଥାନା ଅଧିକାରୀ ଦିଗ ବିଜୟ ବିଶ୍ବାଳ ଉପସ୍ଥିତ ରହିଥିଲେ।