ସି ଆଇ ଟି ୟୁ ର ୫୩ ତମ ପ୍ରତିଷ୍ଠା ଦିବସରେ ରଣପୁରରେ ଆଲୋଚନା ଚକ୍ର ଅନୁଷ୍ଠିତ।

utkalnews7
By
0




ରଣପୁର,୩୦।୫,(ଉତ୍କଳ ନ୍ୟୁଜ୍୭) : ଶ୍ରମିକ ସଂଗଠନ ସି ଆଇ ଟି ୟୁ ର ୫୩ ତମ  ପ୍ରତିଷ୍ଠା ଦିବସରେ ରଣପୁର ସହିଦ ରଘୁ ଦିବାକର ଭବନ ଠାରେ ସଙ୍ଗଠନ ର ରାଜ୍ୟ ସମ୍ପାଦକ ସାଥୀ ସୁରେଶ ସ୍ବାଇଁ ଲାଲ ଝଣ୍ଡା କୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲେ ଓ ଉପସ୍ଥିତ ସମସ୍ତ ସାଥି ମାନେ ସହିଦ ବେଦିରେ ମାଲ୍ୟାର୍ପଣ କରିଥିଲେ।ଏହା ପରେ ସହିଦ ଭବନରେ ବରିଷ୍ଠ ଶ୍ରମିକ ନେତା ଭିକାରୀ ଚରଣ ସାହୁ ଙ୍କ ସଭାପତିତ୍ୱ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। "ଦେଶର ସାଂପ୍ରତିକ ପରିସ୍ଥିତିରେ ସମ୍ବିଧାନ ପ୍ରତି ସାଂପ୍ରଦାୟିକବାଦ ର ପ୍ରଭାବ ଓ ଏହାର ଭବିଷ୍ୟତ" ଶୀର୍ଷକ ବିଷୟ ବସ୍ତୁ ଉପରେ ଆଲୋଚକ ମାନେ ଆଲୋକ ପାତ କରି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଓ ଉତ୍ତେଜନା ତଥା ଧର୍ମାନ୍ତି କରଣ ଭଳି ପଦକ୍ଷେପ ଦେଶ ପାଇଁ ଓ ସମ୍ବିଧାନ ପାଇଁ ଶୁଭଙ୍କର ନୁହେଁ ବୋଲି କହିଥିଲେ।ଗୁଜୁରାଟ ଦଙ୍ଗାର ହିଂସାକାଣ୍ଡ, କନ୍ଧମାଳରେ ହିଂସାକାଣ୍ଡ ,ଅବୈଜ୍ଞାନୀକ ଚିନ୍ତା ଧାରାରର ପ୍ରସାର ହିଁ ଦେଶର ପ୍ରଗତିର ବିରୋଧୀ ବୋଲି ବକ୍ତା ମାନେ ମତ ପୋଷଣ କରିଥିଲେ।ବିଭିନ୍ନତା ମଧ୍ୟରେ ଏକତାର ଭାରତ ବର୍ଷ ଏକ ରହିବାକୁ ହେଲେ ଆମକୁ ଏକତାର ଚାବି କାଠି ଧର୍ମ ନିରପେକ୍ଷତାକୁ ରକ୍ଷା କରିବାକୁ ପଡିବ।ଧର୍ମକୁ ନେଇ ରାଜନୀତି କରିବା ଦେଶ ପାଇଁ ଘୋର ବିପଦ ଭବିଷ୍ୟତରେ ଆଣିବ ବୋଲି ବକ୍ତା ମାନେ କହିଥିଲେ।ସାମ୍ପ୍ରଦାୟିକ ବିଭେଦ ଦ୍ୱାରା ଦେଶରେ ଅସ୍ଥିର ସୃଷ୍ଟି ହେବା ସହ ଶ୍ରମିକ ,କୃଷକ ଓ ମେହନତି ଜନତା ଆର୍ଥିକ ଶୋଷଣ ର ଶିକାର ହେଉଥିବାରୁ ଏହା ବିରୋଧରେ ସମସ୍ତ ଶ୍ରେଣୀ ଐକବଦ୍ଧ ସଂଗ୍ରାମ କରିବାକୁ ବକ୍ତା ମାନେ ଆହ୍ବାନ ଦେଇ ଥିଲା ବେଳେ କେନ୍ଦ୍ର ମୋଦୀ ସରକାରଙ୍କ ସାମ୍ପ୍ରଦାୟିକ ଚରିତ୍ରକୁ ନାପସନ୍ଦ କରିଥିଲେ।ଏଥିପାଇଁ ସମ୍ବିଧାନ ପ୍ରତି ଆଜି ବିଭିନ୍ନ ସ୍ତରରେ ଚ୍ୟାଲେଞ୍ଜ ଆସିଛି ।ତେଣୁ ସାମ୍ପ୍ରଦାୟିକ ସଦଦ୍ଭାବ କୁ ସମୃଦ୍ଧ କରିବା କରବା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି ଆଲୋଚକ ମାନେ କହିଥିଲେ। ଏହି ଆଲୋଚନା ଚକ୍ରରେ ବିଶିଷ୍ଠ ଶିକ୍ଷାବିତ୍ତ ତଥା ରଣପୁର କଲେଜର ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରୀଯୁକ୍ତ ବିଜୟ କୁମାର ଜେନା ,ଶ୍ରମିକ ନେତା ସୁରେଶ ସ୍ବାଇଁ,ହରିଶ୍ଚନ୍ଦ୍ର ମିଶ୍ର ଓ  ଦୁଃଶାସନ ଜେନା ପ୍ରମ୍ମୁଖ ଆଲୋଚନା କରିଥିଲା ବେଳେ ସାଥି ସଂଯୁକ୍ତା ସେଠୀ, ସବ୍ୟସାଚୀ ସେନାପତି,ସୁକାନ୍ତି ଜେନା,ପ୍ରଭାତୀ ବେହେରା,ରଞ୍ଜୁ ଲତା ମହାପାତ୍ର ପ୍ରମୁଖ ଆୟୋଜନ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*