ଟ୍ରକ୍ କୁ ଧକ୍କା ଦେଲା ପିକଅପ ଭ୍ୟାନ, ଜଣେ ଗୁରୁତର।


ରାଜସୁନାଖଳା,୧୦।୬,(ଉତ୍କଳ ନ୍ୟୁଜ୍୭ ): ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ର ବିନୋଦପଡା ଛକରେ ସକାଳ ୬.୩୦ ରେ ଘଟିଛି ଏଭଳି ଦୁର୍ଘଟଣା | ମିଳିଥିବା ସୂଚନା ଅନୁସାରେ ପିକଅପ ଭ୍ୟାନଟି ନୟାଗଡରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ସାମ୍ନାରୁ ନୟାଗଡ ଅଭିମୁଖେ ଆସୁଥିବା ସିମେଣ୍ଟ ଟ୍ରକ କୁ ସାମ୍ନା ରୁ ଧକ୍କା ଦେଇଥିଲା ପିକଅପ ଭ୍ୟାନ | ଏହି ଦୁର୍ଘଟଣା ରେ ପିକଅପ ଭ୍ୟାନ ଡ୍ରାଇଭର ଆହତ ହୋଇଥିବା ବେଳେ ତାକୁ ୧୦୮ ଆମ୍ବୁଲାନ୍ସ ଦ୍ୱାରା ରାଜସୁନାଖଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇଦିଆଯାଇଥିବାବେଳେ ଘଟଣା ସ୍ଥଳରେ ରାଜସୁନାଖଳା ପୋଲିସ ଫାଣ୍ଡି ପହଁଚି ତଦନ୍ତ ଜାରି ରଖିଛି |ଅନ୍ୟପଟେ ଉପସ୍ଥିତ ଥିବା ଲୋକଙ୍କ କହିବା କଥା ପିକଅପ ଭ୍ୟାନ ଡ୍ରାଇଭର ପ୍ରଚୁର ମଦ୍ୟପାନ କରି ଗାଡି ଚଲେଇବାରୁ ଏମିତି ଦୁର୍ଘଟଣା ଘଟିଛି।

Previous Post Next Post