ମୋବାଇଲ୍ ଲାଇଟ୍ ରେ ଚାଲିଛି ସ୍ବାସ୍ଥ୍ୟସେବା।

utkalnews7
By
0



ଉମରକୋଟ,୭।୬,(ଉତ୍କଳ ନ୍ୟୁଜ୍୭) : ନବରଙ୍ଗପୁର ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ଡାକ୍ତରଖାନା ଉମରକୋଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲାର ୫ ଟି ବ୍ଲକ ସହ ପଡ଼ୋଶୀ ରାଜ୍ୟ ଛତିଶଗଡର ରୋଗୀ ନିର୍ଭର କରନ୍ତି। କିନ୍ତୁ ଏହି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ଅସୁବିଧା ଭୋଗୁଛନ୍ତି ରୋଗୀ। ଏହି ଡାକ୍ତରଖାନା ରେ ଦୀର୍ଘ ୪ ଘଣ୍ଟା ହେବ ବିଜୁଳି ନାହିଁ। ଫଳରେ ଡାକ୍ତରଖାନାର ପୁରୁଷ ୱାର୍ଡ ଓ ମହିଳା ୱାର୍ଡ଼ ରେ ଅନେକ ରୋଗୀ ଅନ୍ଧାର ରେ ଚିକିତ୍ସା ହେଉଛନ୍ତି।ଖରା ଦିନ ହୋଇଥିବାରୁ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ହେଉଛି। ଏଭଳି ପରିସ୍ତିତି ରେ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ର ସମ୍ମୁଖୀନ ହେଉଛନ୍ତି। ନବଜାତ ଶିଶୁଙ୍କ ଠାରୁ ଆରମ୍ଭ କରି ସାଧାରଣ ରୋଗୀ ଙ୍କୁ ଏହି ଅସୁବିଧା ର ସମ୍ମୁଖିନ ହେବାକୁ ପଡ଼ିଛି। ରୋଗୀ ଙ୍କ ସମ୍ପର୍କୀୟ ମାନେ ରୋଗୀ ମାନଙ୍କୁ ଖବର କାଗଜ ଓ କପଡା ରେ ବିଁଛୁଥିବା ନଜରକୁ ଆସିଛି। ଏଭଳିକି ଯେଉଁ ରୋଗୀ ମାନଙ୍କୁ ରକ୍ତ ଦିଆଯାଉଛି ସେଠାରେ ମଧ୍ୟ ଅନ୍ଧକାର ରହିଛି ଓ ପଙ୍ଖା ବନ୍ଦ ରହିଛି।


ଫଳରେ ସମ୍ପର୍କୀୟ ମାନେ ମୋବାଇଲ ଲାଇଟ୍ ରେ କାମ ଚଳାଉଥିବା  ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ଅନ୍ଧାର ରେ ରୋଗୀ ସେବା ଚାଲିଥିବା ଘଟଣା ସମ୍ପର୍କ ରେ ପଚାରିବା ରୁ ସେ କହିଛନ୍ତି ଯେ ମେଡିକାଲ ପରିସରରେ କାମ ଚାଲିଛି ଓ ଜେସିବି ରେ ମାଟି ଖୋଲିବା ସମୟ ରେ ତାର କାଟି ଯାଇଥିବାରୁ ବିଜୁଳି କଟି ଯାଇଛି ।କିଛି ସମୟ ରେ ଠିକ୍ ହୋଇଯିବ।ଘଟଣା କୁ ଘଣ୍ଟା ଘୋଡାଇବାକୁ କୁ ଚେଷ୍ଟା କରି ସବୁ ଠିକ୍ ଠାକ୍ ଚାଲିଥିବା କହିଛନ୍ତି ମେଡିକାଲ ଅଫିସର। ଅନ୍ୟ ପକ୍ଷରେ ମେଡିକାଲ ରେ ରହିଥିବା ଜେନେରେଟର (ଡିଜି) ବହୁ ଦିନ ଧରି ଖରାପ ହୋଇ ରହିଥିବା ବେଳେ ଅକ୍ସ୍କିଯେନ୍ ବିଭାଗ ର ଜେନେରେଟର (ଡିଜି) କୁ ଜରୁରୀ କାଳୀନ ବିଭାଗ ରେ ବ୍ୟବହାର କରାଯାଉଛି । ଡିଜି ତିଆରି କରିବା ପାଇଁ ଜିଲ୍ଲା ଅଧିକାରୀ ଙ୍କୁ ଚିଠି ଲେଖା ଯାଇଛି, ଅତି ଶିଘ୍ର ତାହା ତିଆରି ହୋଇଯିବ ବୋଲି କହିଛନ୍ତି ମେଡିକାଲ ଅଫିସର ଶରତ ଚନ୍ଦ୍ର ସେଠୀ ।

Post a Comment

0 Comments

Please Select Embedded Mode To show the Comment System.*