ତଦନ୍ତ ବେଳେ ପୋଲିସକୁ ମାଡ଼ ମାରିବା ପଡ଼ିଲା ମହଙ୍ଗା ,ଏକାଧିକ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ।

utkalnews7
By
0


ସୁବର୍ଣ୍ଣପୁର,୭।୬,(ଉତ୍କଳ ନ୍ୟୁଜ୍୭) : ଗୋଟିଏ ପଟେ ପୋଲିସ-ଜନସାଧାରଣ ମଧ୍ୟରେ ସୁ-ସମ୍ପର୍କ ସ୍ଥାପନ ଲାଗି ଆମ ପୋଲିସ କାର୍ଯ୍ୟକ୍ରମ ରାଜ୍ୟ ର ବିଭିନ୍ନ ଥାନାରେ କାର୍ଯ୍ୟ କାରି ହେଉଥିବା ବେଳେ ତଥାପି ଲୋକଙ୍କ ଆସ୍ତା ଭାଜନ ହେଇପାରୁନି ପୋଲିସ। ଏକ ଗଣ୍ଡଗୋଳ ଘଟଣାର ତଦନ୍ତରେ ଯାଇଥିବା ପୋଲିସକୁ ଗୋଡାଇ ଗୋଡାଇ ମାଡ ମରିଛନ୍ତି ଗ୍ରାମବାସୀ । ଏନେଇ ଭିଡିଓ ହେଉଛି ଭାଇରାଲ ।ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଞ୍ଚଳରେ। ସୁବଳୟା ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମକୁ ତଦନ୍ତରେ ଯାଇଥିବା ଜଣେ ପୋଲିସ ଏଏସଆଇଙ୍କୁ ଗୋଡାଇ ଗୋଡାଇ ଗ୍ରାମବାସୀ ମାଡ ମାରିଥିବା ଅଭିଯୋଗ ହୋଇଛି। ସୁବଳୟା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ତିଲେଇମାଲ ଗ୍ରାମରେ ସୁବାସ ପଧାନ ଓ ରତ୍ନାକର ପଧାନଙ୍କ ମଧ୍ୟରେ ଗତ କାଲି ଗଣ୍ଡଗୋଳ ହୋଇଥିଲା। ଏନେଇ ଉଭୟ ପକ୍ଷରୁ ସୁବଳୟା ଥାନାରେ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାର ତଦନ୍ତ କରିବାକୁ ସୁବଳୟା ଥାନାର ଏଏସଆଇ ଗୌରହରୀ ମେହେର ଓ ଗ୍ରାମରକ୍ଷୀ ରବୀଚନ୍ଦ୍ର ବିଭାର ଉକ୍ତ ଗ୍ରାମକୁ ଆଜି  ଯାଇଥିଲେ । 


ଉଭୟ ପରିବାରୁ ଡାକି ତଦନ୍ତ କରୁଥିବା ବେଳେ ତଦନ୍ତରେ ଅସନ୍ତୋଷ ପ୍ରକାସ କରି ଗ୍ରାମବସୀ ଏଏସଆଇ ମେହେରଙ୍କୁ ଆକ୍ରମଣ କରି ମାଡ ମାରିଥିବା ଅଭିଯୋଗ ହୋଇଛି ।ଖବର ପାଇ ଘଟଣା ସ୍ଥଳରେ ଥାନା ଅଧିକାରୀ ଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଏଏସଆଇ ମେହେରଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।


 ଏନେଇ ସୁବଳୟା ଥାନାରେ କର୍ତ୍ତବ୍ୟରତ ଜଣେ ପୋଲିସ ଅଧିକାରୀଙ୍କୁ ମାଡ ମାରିଥିବା ଅଭିଯୋଗରେ ଗ୍ରାମର ନେପୁର ପଧାନ,ମହାଦେବ ସାହୁ,ପ୍ରଫୁଲ୍ଲ ସାହୁ,ଦୁର୍ଗାପ୍ରସାଦ ପଧାନ,ରାଘବ ସାହୁ,ବାଦଲ ପଧାନ,ବେଲାରସେନ ହାତୀ ଓ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

Post a Comment

0 Comments

Please Select Embedded Mode To show the Comment System.*