୫ଟି ମାଙ୍କଡା ପଥର ବୋଝେଇ ଗାଡି ଜବତ, ମାଫିଆ ଫେରାର l

utkalnews7
By
0


ଟାଙ୍ଗୀ,୭।୬,(ଉତ୍କଳ ନ୍ୟୁଜ୍୭): କିଛି ଦିନର ନୀରବତା ପରେ ପୁଣି  ପଥର ମାଫିଆ ହେଲେ ସକ୍ରିୟ। ରାତିରେ କାଟି ନେଉଛନ୍ତି ଶହ ଶହ ଟ୍ରିପ୍ ମାଙ୍କଡା ପଥର।ଫଳରେ ହାନି ହେଉଛି ରାଜସ୍ୱ।ଲୋକେ ହେଉଛନ୍ତି ହନ୍ତ ସନ୍ତ।ଏନେଇ ଲୋକେ ଜଣାଇବା ପରେ  ଆକ୍ସନ ମୁଡ଼ ରେ ଟାଙ୍ଗୀ ଥାନା ପୋଲିସ ୫ଟି ମାଙ୍କଡ ପଥର ଗାଡ଼ି ଜବତ କରିବାରେ ସକ୍ଷମ ହୋଇଛି ।ଖୋର୍ଦ୍ଧା  ଓ ନୟାଗଡ ଜିଲ୍ଲାର ସୀମାରେ ଥିବା ଶହ ଶହ ଏକର ଜମିରେ ପଥର ମାଫିଆ ମାନେ ଖଣି କରି କାଟି  ନେଉଛନ୍ତି ମାଙ୍କଡା ପଥର। ଗତ କିଛି ଦିନ ତଳେ ରଣପୁର  ତହସିଲ ପ୍ରଶାସନ  ବେଆଇନ ଖଣିରେ ଚଢାଉ କରି   ବହୁ ପଥର ଟ୍ରକ୍ ଜବତ କରିଥିଲେ।ଫଳରେ ପ୍ରଶାସନ ଭୟରେ ମାଫିଆ ମାନେ ଖଣି  ଖୋଳିବା ବନ୍ଦ କରି ଦେଇଥିଲେ। ତେବେ ପ୍ରଶାସନ ର କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ମାଫିଆମାନେ ପୁଣି ଆରମ୍ଭ କରିଥିଲେ ଚୋରା କାରବାର। ପୋଲିସ୍ ଖବର ପାଇ କୁହୁଡ଼ି ଫାଣ୍ଡି ପୋଲିସ ନରମାନବୀ ନିକଟରେ ଚଢାଉ କରି ମାଙ୍କଡା ପଥର ବୋଝେଇ ଗାଡିକୁ ଜବତ କରିଛି ପୋଲିସର ଚଢ଼ାଉ ଫଳରେ ମାଫିଆ ମାନେ ଘଟଣା ସ୍ଥଳରୁ ଫେରାର ହୋଇବାରେ ସକ୍ଷମ ହୋଇଛନ୍ତି l

Post a Comment

0 Comments

Please Select Embedded Mode To show the Comment System.*