କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ସାଇଟ୍ରଷ୍ଟ ଅଧ୍ୟକ୍ଷକୁ ବାନ୍ଧିଲା ଛତିଶଗଡ଼ ପୋଲିସ ।

utkalnews7
By
0


ରଣପୁର,୨୯।୬,(ଉତ୍କଳ ନ୍ୟୁଜ୍୭): ଦିର୍ଘ ଦିନରୁ ଚାଲିଥିଲା ଟ୍ରଷ୍ଟ ନାଁରେ କୋଟି କୋଟି ଟଙ୍କା ଲୁଟ୍ । ଧରି ପାରିଲାନି ଓଡ଼ିଶା ପୋଲିସ, ଶେଷରେ ଛତିଶଗଡ଼ ରୁ ଆସି ଧରିଲା ଛତିଶଗଡ଼ ପୋଲିସ । ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିବା ଅଭିଯୋଗରେ ସାଇ ଟ୍ରଷ୍ଟ ମୁଖ୍ୟ ଦୀପକ ବରାଡ଼ଙ୍କୁ ଛତିଶଗଡ ପୋଲିସ ଗିରଫ କରିଛି।ମିଳିଥିବା ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ବିନୋଦପଡା ଛକ ଠାରେ ସାଇ ଟ୍ରଷ୍ଟ ନାମକ ସଂସ୍ଥା ଖୋଲି ଏଠାରେ କାର୍ଯ୍ୟାଳୟ ଚଳେଇଥିଲା ନୟାଗଡ ଉପଖଣ୍ଡ ଘଡୁଆଳ ଗାଁ ର ଦୀପକ କୁମାର ବରାଡ଼ । ସାଇ ବେବି ଫୁଡ଼, ସାଇ କୁଟୀର ଆଦି ବିଭିନ୍ନ ଯୋଜନା କରି ଲୋକ ମାନଙ୍କୁ ଠକେଇ କରୁଥିଲା ଦୀପକ । ରାଜ୍ୟର ୩୦ଟି ଜିଲ୍ଲା ସମେତ ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ଆଦି ରାଜ୍ୟରେ ନିଜର କାୟା ବିସ୍ତାର କରିଥିଲା ଏହି ଟ୍ରଷ୍ଟ । ଲୋକମାନଙ୍କୁ ପ୍ରଭାବିତ କରିବାପାଇଁ ବଡ଼ ବଡ଼ ସଭାର ଆୟୋଜନ କରି ଲୋକଙ୍କୁ ଭୁଁଆ ବୁଲାଉଥିଲା ଦୀପକ । ହଜାର ହଜାର ଶିକ୍ଷିତ ଯୁବକ ଯୁବତୀ ଏହି ଟ୍ରଷ୍ଟ ଅଧୀନ ରେ କାର୍ଯ୍ୟ କରୁଥିଲେ ।ତେଵେ ରାଜ୍ୟରୁ ଅନେକ ସ୍ଥାନ ରୁ କୋଟି କୋଟି ଟଙ୍କା ଠକେଇ କରି ଓଡ଼ିଶା ପୋଲିସ ଛତ୍ରଛାୟା ତଳେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିବା ବେଳେ ଶେଷରେ ଛତିଶଗର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ଏକ କୋଟିରୁ ଉର୍ଦ୍ଧ ଟଙ୍କା ଠକେଇ କରିଥିବା ଛତିଶଗଡ ଥାନାରେ ଅଭିଯୋଗ ହୋଇଥିଲା । ତେଵେ ଗୁରୁବାର ଅପରାହ୍ନ ରେ ଛତିଶଗଡ ପୋଲିସ ରାଜସୁନାଖଳା ଫାଣ୍ଡି ପୋଲିସ ସହାୟତା ରେ ବିନୋଦପଡା ସାଇଟ୍ରଷ୍ଟ କାର୍ଯ୍ୟାଳୟରୁ ଦୀପକ ବରାଡ଼ଙ୍କୁ ଗିରଫ କରିଛି । ଛତିଶଗଡ଼ ପୋଲିସ ଦୀପକଙ୍କୁ ଅଧିକ ପଚାରା ଉଚରା କରିବା ସହିତ ଏହି ଠକେଇ ର ଚେର କେତେ ବାଟ ଲମ୍ବିଛି ଅନୁସନ୍ଧାନ ଜାରି ରଖିଛି ।ହେଲେ ଏତେ ବଡ଼ ସାମ୍ରାଜ୍ୟ ପ୍ରତିଷ୍ଠା କରି ନିଜର କଳା ସାମ୍ରାଜ୍ୟ ଚଲାଉଥିଲା ଏହି ଅନ୍ତଃ ରାଜ୍ୟ ଦଲାଲ୍ ର ଟେର୍ ପାଇପାରିଲାନି ସ୍ଥାନୀୟ ପୋଲିସ ତାହା ସାଧାରଣ ରେ ଚର୍ଚ୍ଚା ହେଉଛି।

Post a Comment

0 Comments

Please Select Embedded Mode To show the Comment System.*