ଟ୍ରେନ ତଳେ ଆଶ୍ରୟ ହେଲା କାଳ,ଚକାରେ କଟି ଛଅ ଜଣ ମୃତ୍ୟୁ : ଚାରି ଗୁରୁତର ।

utkalnews7
By
0



ଯାଜପୁର,୭।୬,(ଉତ୍କଳ ନ୍ୟୁଜ୍୭): ଲୋକଙ୍କ ମନରୁ ବାଲେଶ୍ବର ଜିଲ୍ଲା ବାହାନଗା ଘଟଣା ନ ଲିଭୁଣୁ, ପୁଣି ଘଟିଛି ଆଉ ଗୋଟେ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଚାଲିଯାଇଛି ଛଅ ଜଣଙ୍କ ଶ୍ରମିକଙ୍କ ଜୀବନ।ସୂଚନା ଅନୁସାରେ, ଯାଜପୁର ରୋଡ଼ ଷ୍ଟେସନରେ ବହୁଦିନ ହେବ ଠିଆ ହୋଇଥିବା ଏକ ମାଲଗାଡି ତଳେ ୧୦ଜଣ ଶ୍ରମିକ ବର୍ଷା ପବନରୁ ରକ୍ଷା ପାଇବା ଲାଗି ଟ୍ରେନ ତଳେ ବିଶ୍ରାମ ନେଉଥିଲେ। ଅପରାହ୍ନ ସମୟରେ ହଟାତ କାଳବୈଶାଖୀ ଆସି ବର୍ଷା, ପବନ ହେବାରୁ ଟ୍ରେନଟି ଆପେ ଆଗକୁ ଗାଡିଯାଇଥିଲା।ଆଉ ଟ୍ରେନ ତଳେ ବିଶ୍ରାମ ନେଉଥିବା ଶ୍ରମିକ ମାନଙ୍କ ଉପରେ ଟ୍ରେନ ଚକା ଚଢିଯାଇଥିଲା। ଘଟଣା ସ୍ଥଳରେ ଛଅ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି। ଆଉ ଚାରି ଜଣ ଶ୍ରମିକ ଆହତ ହୋଇ ଯାଜପୁର ଜିଲ୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ସ୍ଥଳରେ ପୋଲିସ,ରେଳବାଇ ପୋଲିସ, ରେଳ ବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*