ବାହାନଗା ଦୁର୍ଘଟଣାସ୍ଥଳ ଓ ହସ୍ପିଟାଲରେ ଆହତଙ୍କୁ ଭେଟିଲେ : ମୁଖ୍ୟମନ୍ତ୍ରୀ ।


 

ବାଲେଶ୍ବର,୦୩।୫,(ଉତ୍କଳ ନ୍ୟୁଜ୍୭) : ଶୁକ୍ରବାର ଥିଲା ଭାରତୀୟ ରେଳ ପାଇଁ  କଳା ଦିବସ । ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଲା ବର୍ଷର ସବୁଠୁ ବଡ଼ ରେଳ ଅଘଟଣ । କେହି କିଛି ବୁଝିବା ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହେଲେ ୩ ଟ୍ରେନ୍‌ । ଚାହୁଁଚାହୁଁ  ଗଦା ହୋଇଗଲା ମରଶରୀର । ତେବେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବା ବେଳେ ଦୁର୍ଘଟଣାରେ ଆହତ ୯୦୦ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସଙ୍କଟାପନ୍ନ ଥିବା ଲୋକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବାହାନଗା ଦୁର୍ଘଟଣାସ୍ଥଳ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ୫T ସଚିବ ଭିକେ ପାଣ୍ଡିଆନ ମଧ୍ୟ ଅଛନ୍ତି । ଏଥିସହ ଡାକ୍ତରଖାନାରେ ପହଞ୍ଚି ଆହତଙ୍କୁ ଭେଟିବା ସହ ସ୍ଥିତି ସମୀକ୍ଷା କରିଛନ୍ତି । ଘଟଣାସ୍ଥଳରେ ଏସପି ସାଗରିକା ନାଏକ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଛନ୍ତି।

Previous Post Next Post