ବାହାନଗା ଟ୍ରେନ୍ ଦୁର୍ଘଟଣା : ବଦଳିଲା ଗତିପଥ, ୧୧ଟି ଟ୍ରେନ୍‌ କେନ୍ଦୁଝର ଦେଇ କରିବ ଚଳାଚଳ ।

utkalnews7
By
0

 


କେନ୍ଦୁଝର,୩।୬,(ଉତ୍କଳ ନ୍ୟୁଜ୍୭) : ଗତକାଲି ବାଲେଶ୍ଵର ଜିଲ୍ଲା ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଫଳରେ ଜରୁରୀକାଳୀନ ଭାବେ ବିଭିନ୍ନ ଜିଲ୍ଲା ଦେଇ ଅନେକ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ କେନ୍ଦୁଝରଗଡ ଷ୍ଟେସନ ଦେଇ ଯିବା ଆସିବା କରିବାକୁ ସମୁଦାୟ ୧୧ ଟି ଟ୍ରେନ ରାସ୍ତା ପରିବର୍ତ୍ତନ କରାଯାଇଛି। ସେହି ଟ୍ରେନ୍ ଗୁଡ଼ିକ ହେଲା ମାଡ୍ରାସ୍‌-ହାୱଡା ମେଲ, ପୁରୁଷୋତମ ଏକ୍ସପ୍ରେସ୍, ତମ୍ବାରାମ ରୁ ତିନିସୁତିଆ, ଗୋଆ ଦ୍ଭାସ୍କୋଡାଗାମା ରୁ ହାୱଡା, ସିକନ୍ଦରାବାଦ-ସାଲିମାର, ପୁରୀ ଦିଲ୍ଲୀ ଉତ୍କଳ ଏକ୍ସପ୍ରେସ୍, କରମଣ୍ଡଳ, ହାୱଡା ପୁରୀ, ହାୱଡା ମହୀସୁର ସ୍ପେସାଲ ଟ୍ରେନ୍।ଏହା ସହ ବସ ଭଡ଼ା ବୃଦ୍ଧି କରି ଯାତ୍ରୀଙ୍କୁ ହଇରାଣ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।ଏଥିପାଇଁ ବର୍ତ୍ତମାନ କେନ୍ଦୁଝର ଷ୍ଟେସନ ଠାରେ ସମସ୍ତ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ସେହି ରାସ୍ତା ଦେଇ ସୁଗମ ଚଳାଚଳ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ଏହି ଟ୍ରେନ୍ ଗୁଡିକ କେନ୍ଦୁଝର ଦେଇ ଚଳାଚଳ କରିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*