ଟ୍ରକ୍ ଧକ୍କାରେ ଯୁବକର ମୃତ୍ୟୁ, କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ ।

utkalnews7
By
0



ଦଶପଲ୍ଲା, ୧୬।୭,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଗୁର୍ହା ଗ୍ରାମ ନିକଟରେ ଆଜି ସକାଳ ୯ଟା ସମୟରେ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ମିଳିଥିବା ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଗାୟାଗଣ୍ଡା ଅଞ୍ଚଳ ୩୫ ବର୍ଷୀୟ ରଣଜିତ ନାୟକ ବାଣିଗୋଛା ଥାନା ଅନ୍ତର୍ଗତ ବାଣୀବିରୀ ଗ୍ରାମରେ ଶ୍ୱଶୁର ଘରକୁ ଆସିଥିଲେ । ଆଜି ସକାଳେ କୌଣସି କାମରେ ଗୁର୍ହା ଗ୍ରାମକୁ ଆସି ରାସ୍ତା କଡ଼ରେ ଚାଲି ଚାଲି ଯାଉଥିବା ସମୟରେ ଫୁଲବାଣୀ ରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍ ନଂ ଆର.ଜେ ୧୯-ଜି ଏଚ୍ ୬୧୦୭ ଟ୍ରକ୍ ଟି ଯୁବକଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଦୁର୍ଘଟଣା ସ୍ଥଳରୁ ଫେରାର ହୋଇଯିବା ପରେ ରଙ୍ଗ ମାଟିଆ ଟୋଲଗେଟ୍‌ ଠାରେ ପୁଲିସ ଡ୍ରାଇଭରକୁ ଧରିବାରେ ସକ୍ଷମ ହୋଇଛି । ଏହି ଦୁର୍ଘଟଣାକୁ ନେଇ ମୃତ ରଣଜିତଙ୍କ ପରିବାର ଓ ସ୍ଥାନୀୟ ଲୋକେ ମୃତକଙ୍କୁ କ୍ଷତି ପୂରଣ ଦାବିରେ ୫୭ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଛି । ପୁଲିସ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ସହ ରାସ୍ତା ଅବରୋଧ ହଟାଇବା ପାଇଁ ଚେଷ୍ଟା ଜାରି ରଖିଥିବା ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*