ବେଦ ପାଠଶାଳା ଦ୍ବାରା ବିଶ୍ଵ ସଂସ୍କୃତି ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ ପାଳିତ।

utkalnews7
By
0

ଟାଙ୍ଗୀ,୩୦।୦୮,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ନିରାକାରପୁର ନିକଟସ୍ଥ ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳା ବେଦ ପାଠଶାଳା ଦ୍ବାରା ବିଶ୍ଵ ସଂସ୍କୃତି ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ  ମହାସମାରୋହରେ ପାଳନ କରାଯାଇଛି। ବିଦ୍ଧିବଦ୍ଧ ଅନୁସାରେ ରାମେଶ୍ବର ସ୍ଥିତ ମା ବନଦୁର୍ଗା ମନ୍ଦିରରେ ମୁଖ୍ୟ ଆଚାର୍ଯ୍ୟ ଡଃ କୃପାସିନ୍ଧୁ ପଣ୍ଡାଙ୍କ ଦ୍ଵାରା ଗୋ ପୂଜା, ଗୁରୁ ପୂଜନ, ଋଷି ପୂଜନ, ଦେବାଦବୀ ମାନଙ୍କୁ ଆବାହନ ପୂଜନ, ଦଶବିଧ ସ୍ନାନ ପୂର୍ବକ ସଂସ୍କାର କର୍ମ ପାରମ୍ପରିକ ରୀତିନୀତିରେ କରାଯାଇଥିଲା। ଆଚାର୍ଯ୍ୟ ଶିଷ୍ୟମାନଙ୍କୁ ଯଜ୍ଞାଦି  କର୍ମ କରି ଚତୁର୍ବେଦାରମ୍ଭ ସହିତ ଶୁକ୍ଳ ୟଜୁର୍ବେଦ ସ୍ବଶାଖା କାଣ୍ବଶାଖା ମନ୍ତ୍ର ଶିଷ୍ୟମାନଙ୍କୁ ପ୍ରଦାନ କରିଥିଲେ। ଜଗତର କଲ୍ୟାଣ ପାଇଁ ପରମାତ୍ମାଙ୍କର ଅନବଦ୍ୟ ଦାନ ବେଦ। ଏହାର ପ୍ରତ୍ୟେକ ଅକ୍ଷର ମହୌଷଧି ସ୍ବରୂପ ସମାଜର କଲ୍ୟାଣ ସାଧନା କରିଥାଏ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ବିଶ୍ବନାଥ ରଥ, ତପନ କୁମାର ମହାପାତ୍ର, ପ୍ରଭାତ କୁମାର ଦଳସିଂହାର, ପ୍ରେମାନନ୍ଦ ପରିଡା, ପଣ୍ଡିତ ବସନ୍ତ କୁମାର ପଣ୍ଡା ବିଷ୍ଣୁପ୍ରିୟା ପଟ୍ଟଯୋଷୀ ଓ ରାମେଶ୍ବର ଗ୍ରାମର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଳ୍ୟ ମଣ୍ଡିତ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*