ସହଯୋଗ ଅନୁଷ୍ଠାନ ର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ।

utkalnews7
By
0
ଟାଙ୍ଗୀ,୩୦।୮,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ସାମାଜିକ ଅନୁଷ୍ଠାନ 'ସହଯୋଗ' ର ଚତୁର୍ଥ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି। ନିରାକାରପୁର ସ୍ଥିତ ରାମମନ୍ଦିର ପରିସର ଠାରେ ଆୟୋଜିତ ୪ ର୍ଥ ବାର୍ଷିକ ଉତ୍ସବ ରେ ମଳିପଡା ବାଙ୍ଗୁର ଶିକ୍ଷା ସଦନ ର ପୂର୍ବତନ ପ୍ରଧାନ ଶିକ୍ଷକ ଡଃ ଗୌରହରି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନିରାକାରପୁର ଥାନା ନିରିକ୍ଷକ ସୁଚିତ୍ରା ଜେନା, ମୁଖ୍ଯ ବକ୍ତା ଭାବେ ଟାଙ୍ଗୀ ବ୍ଳକ ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ବାଳ, ସମ୍ମାନୀତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ସମିତିର ମନସ୍ବିନୀ ମହାପାତ୍ର,ନିରାକାରପୁର ହସପିଟାଲ ଇନଚାର୍ଜ ଡାକ୍ତର ଅଶ୍ବିନି କୁମାର ସ୍ବାଇଁ, ନିରାକାରପୁର ରାମ ଦୟା ପରିଷଦ ସଂପାଦକ ଗଂଗାଧର ତ୍ରିପାଠୀ, ନିରାକାରପୁର ବରିଷ୍ଠ ନାଗରିକ ସଭାପତି ପ୍ରସନ୍ନ କୁମାର ନନ୍ଦ, ବିଶିଷ୍ଟ ବ୍ୟବସାୟୀ ଦାଶରଥି ବିଶୋଇ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ପରେ ଅନୁଷ୍ଠାନ ର ବରିଷ୍ଠ ଉପଦେଷ୍ଟା ଡଃ ପୂର୍ଣଚନ୍ଦ୍ର ଦାଶ ଅତିଥି ପରିଚୟ ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ସହଯୋଗ ଅନୁଷ୍ଠାନ ଏମିତି ଜନସାଧାରଣଙ୍କ କାର୍ଯ୍ୟ ରେ ଲାଗିରହିଥାଉ ଏହାର ଉତ୍ତୋରତ୍ତର ଉନ୍ନତି ପାଇଁ ଅତିଥିଗଣ ମତ ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ବାର୍ଷିକ ଉତ୍ସବ ଉପଲକ୍ଷେ ହୋଇଥିବା ପ୍ରତିଯୋଗିତା ରେ ସମସ୍ତ ସଫଳ ପ୍ରତିଯୋଗୀଙ୍କୁ ଅତିଥିଗଣ ମାନପତ୍ର ଦେଇ ପୁରସ୍କୃତ କରିଥିଲେ। ତତସହିତ ନିରାକାରପୁର ସାମ୍ବାଦିକ ସଂଘ ସଭାପତି ଦୀପକ ପ୍ରଧାନ, ଖୋର୍ଦ୍ଧା ଓ ଟାଙ୍ଗୀ ର ସାମ୍ବାଦିକଗଣ ଓ ଅଂଚଳରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସହଯୋଗ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଉତ୍ତରୀଯ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ କାର୍ଯ୍ୟ ଅନୁଷ୍ଠାନ ର ମୁଖ୍ଯ ହିମାଂଶୁ ଭୂଷଣ ଚଂପତ୍ତିରାୟ ପରିଚାଳନା କରିଥିବାବେଳେ ବରିଷ୍ଠ ସଭ୍ୟ ଶ୍ୟାମସୁନ୍ଦର ପଟ୍ଟନାୟକ ଧନ୍ଯବାଦ ଦେଇଥିଲେ।ମଂଚ ପରିଚାଳନା କରିଥିଲେ ଅଧ୍ୟାପକ ସତ୍ଯ ନାରାୟଣ ମହାପାତ୍ର।  ଶିକ୍ଷକ ଉମେଶ ଚନ୍ଦ୍ର ପଟ୍ଟନାୟକ ଙ୍କ ସମେତ ଅନୁଷ୍ଠାନ ର ସମସ୍ତ କାର୍ଯ୍ୟକର୍ତ୍ତା ପୂର୍ଣ ସହଯୋଗ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*