ବୋଲଗଡ ଓ ବେଗୁନିଆରେ ନୂତନ ବସଷ୍ଟାଣ୍ଡ ଭିର୍ତ୍ତି ପ୍ରସ୍ତର ସ୍ଥାପନ ।

utkalnews7
By
0


ବୋଲଗଡ଼,୨୪।୮,(ଉତ୍କଳ ନ୍ୟୁଜ୍୭): ଦିନକୁ ଦିନ 57ନମ୍ବର  ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଶତାଧିକ  ଛୋଟବଡ ଯାନବାହନ ଯାତାୟାତ କରୁଅଛି ।ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗରିବ ଲୋକମାନେ ଦୁରଦୂରାନ୍ତକୁ ଗମନାଗମନ ପାଇଁ ଘରୋଇ ଓ ସରକାରୀ ବସ  ଉପରେ ନିର୍ଭର କରି  ଜାତୀୟ ରାଜପଥ ଉପରେ ଅପେକ୍ଷା କରି ଠିଆ ହୋଇଥାନ୍ତି।ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ଅପେକ୍ଷାରତ ଯାତ୍ରୀମାନେ ବସଷ୍ଟାଣ୍ଡ ବିନା ନାନା ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି। ବୋଲଗଡ଼ ବ୍ଲକ ଓ ବେଗୁନିଆ ବ୍ଲକ ଅଞ୍ଚଳବାସୀମାନେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ବିଭିନ୍ନ ଖବର କାଗଜ ଓ ଲିଖିତ ଅଭିଯୋଗ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାପାଳ, ରାଜ୍ୟ ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ ଓ ପରିବହନ ଶାସନ ସଚିବଙ୍କୁ ଅଭିଯୋଗ କରିଆସୁଥିଲେ ।ବେଗୁନିଆ -ବୋଲଗଡ଼ ବିଧାୟକ ତଥା ଖୋର୍ଦ୍ଧାଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରାଜେନ୍ଦ୍ର କୁମାର ସାହୁଙ୍କ ଅନୁରୋଧ କ୍ରମେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ  ବୁଧବାର ଦିନ ଆଭାସୀ ଜରିଆରେ ଆମ ବସ୍‌ଷ୍ଟାଣ୍ଡ ଯୋଜନାରେ ନୂତନ ବସଷ୍ଟାଣ୍ଡର ଭିର୍ତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲlପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବିଧାୟକ ଶ୍ରୀ ସାହୁ ଓ  ବାଣିଜ୍ୟ ପରିବହନ ବିଭାଗର ଅଧିକାରୀଉପସ୍ଥିତ ଥିଲେ ।ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏଭଳି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ବିଧାୟକ ଶ୍ରୀ ସାହୁଙ୍କ ସମେତ ବୋଲଗଡ଼- ବେଗୁନିଆ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*