ନିର୍ମାଣବେଳେ ଭୁଶୁଡ଼ି ପଡ଼ିଲା କଲଭର୍ଟ, ଯାତାୟାତ ବାଧାପ୍ରାପ୍ତ ।

utkalnews7
By
0


ଭାପୁର,୨୫।୮,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ବାଇଗୁଣୀଆ ପଞ୍ଚାୟତ ବୋରଗାଁ ଠାରୁ ଭାୟା ବାଘୁଆପଲ୍ଲୀ ରାସ୍ତା ଦେଇ ଭଗବାନପୁର ପଞ୍ଚାୟତ ରାସ୍ତା ପର୍ଯ୍ୟନ୍ତ ୩କିଲୋମିଟର ରାସ୍ତାର କଲଭର୍ଟ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି।ଏହି ଅଘଟଣ ରେ ନିର୍ମାଣ ଶ୍ରମିକ ମାନେ ସୁରକ୍ଷିତ ଥିବା ଜଣାପଡିଛି।ତେବେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୨ କୋଟି ୫୦ଲକ୍ଷ ବ୍ୟୟବରାଦ ହୋଇଥିଲା । ଠିକାଦାର ରାତିରେ କାମ କରୁଥିବାବେଳେ ଭଗବାନପୁର ମଧ୍ୟ ଇଂରାଜୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା କଲଭର୍ଟ ଭୁଶୁଡି ପଡିଛି।ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଠିକାଦାର ଓ ଯନ୍ତ୍ରୀଙ୍କ ସହଭାଗିତାରେ ନିମ୍ନ ମାନର କାମ ଯୋଗୁଁ ଏହା ଭୁଶୁଡି ପଡ଼ିଛି। ଫଳରେ ଭଗବାନପୁର ଗ୍ରାମଠାରୁ ବାଘୁଆପଲ୍ଲୀ ପଞ୍ଚାୟତକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏ ନେଇ ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ କେଶବ ଚନ୍ଦ୍ର ସୁବୁଦ୍ଧିଙ୍କୁ ଯୋଗାଯୋଗ କରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଏଡିଓଙ୍କ ଓ ତାଙ୍କ ଅଜାଣତରେ କାମ ହୋଉଥିଲା। ଏ ବିଷୟରେ ଠିକାଦାର କିଛି ନ ଜଣାଇ ରାତିରେ କାମ କରୁଥିଲେ । ସେ ଏ ବିଷୟରେ କିଛି ଜାଣି ନାହାନ୍ତି ।ଏନେଇ ଠିକାଦାରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Post a Comment

0 Comments

Please Select Embedded Mode To show the Comment System.*