କେନ୍ଦୁଝର,୨୯।୮,(ଉତ୍କଳ ନ୍ୟୁଜ୍୭) : ଯୋଡ଼ା ବସ୍ତି ପାତ୍ର ସାହିରେ ଆଜି ମୋବାଇଲ ଚୋରିକୁ କେନ୍ଦ୍ର କରି ତୁମୂଳକାଣ୍ଡ ଘଟିଛି । ଖବର ନେବାରେ ଜଣାପଡ଼ିଛି ଯେ, ଉକ୍ତ ବସ୍ତିର ଦିପୁ ପାତ୍ର କବାଟ ଖୋଲା ରଖି ଘରେ ଶୋଇଥିବାବେଳେ ବେଳେ ଆଜି କେହି ଦୁର୍ବୁତ୍ତ ତାଙ୍କ ମୋବାଇଲ ଚୋରି କରି ନେଇଥିଲା । ମୋବାଇଲ ଚୋରି ସମ୍ପର୍କରେ ସେ ତାଙ୍କର ସ୍ଥାନୀୟ ବିଜୁ ପାତ୍ରକୁ ସନ୍ଦେହ କରି ପଚାରିବାରୁ ବିଜୁ ଉତକ୍ଷିପ୍ତ ହୋଇ ନିକଟରେ ପୋତା ଯାଇଥିବା ଏକ ପାଣି ପାଇପରେ ଦିପୁର ଦୁଇ ଗୋଡ଼କୁ ଖୁବ ଜୋରରେ ପିଟିଥିଲା । ଫଳରେ ଦିପୁ ପାତ୍ରର ଦୁଇଟି ଯାକ ଗୋଡ ଆଣ୍ଠୁ ତଳକୁ ସମ୍ପୁର୍ଣ୍ଣ ଭାଙ୍ଗି ଚୁରମାର ହୋଇ ଯାଇଥିବା ଦେଖିବାକୁ ମିଳିଛି । ତାଙ୍କୁ ଚିକିତ୍ସା ପାଇଁ ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପୁଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ତୁମୁଳ କାଣ୍ଡ ଘଟିଥିବା ଅଭିଯୁକ୍ତ ଫେରାର ହୋଇଯାଇଛି ।