ପୁରୀ,୨୯।୮,(ଉତ୍କଳ ନ୍ୟୁଜ୍୭) : ମହାନତା ଦେଖାଇଲେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ l ଦୁର୍ଘଟଣା ରେ ଗୁରୁତର ଆହତ ହେଇଥିବା ବ୍ୟକ୍ତିଙ୍କୁ ନିଜ କାର ଯୋଗେ ପିପିଲି ମେଡିକାଲ କୁ ନେଲେ ବିଧାୟକ l ସୂଚନା ମୁତାବକ ପିପିଲି ଦାନଗହୀର ଛକ ନିକଟରେ ଘଟିଥିଲା ଦୁର୍ଘଟଣା l ବ୍ରହ୍ମଣ ତରବୋଇ ର ପ୍ରଫୁଲ କୁମାର ମହାପାତ୍ର ବାଇକ ରେ ନିଜ ଘରୁ ବାହାରି ଭୁବନେଶ୍ୱର ଯାଉଥିବା ସମୟରେ ପିପିଲି ଦାନଗହୀର ଛକ ନିକଟରେ ଛେଳି ପଶିଯିବାରୁ ଦୁର୍ଘଟଣାର ଶିକାର ହୋଇଥିଲେ l ସେହି ସମୟରେ ବିଧାୟକ ଡେଲାଙ୍ଗ ରୁ ପିପିଲି ଆସୁଥିବା ସମୟରେ ପ୍ରଫୁଲ ଙ୍କୁ ଦୁର୍ଘଟଣା ଗ୍ରସ୍ଥ ହେଇଥିବା ଦେଖି ସଂଗେ ସଂଗେ ନିଜ ଗାଡ଼ିରୁ ବାହାରି ପ୍ରଫୁଲଙ୍କୁ ନିଜ ଗାଡ଼ିରେ ପିପିଲି ମେଡିକାଲ କୁ ଆଣିଥିଲେ l ଏଥିସହ ନିଜେ ପ୍ରଫୁଲ ଙ୍କୁ ଟେକି ଷ୍ଟ୍ରେଚର ଯୋଗେ ମେଡିକାଲ କୁ ନେଇ ପ୍ରାଥମିକ ଚିକିତ୍ସା କରାଇବା ପାଇଁ ଡ଼କ୍ଟର ଙ୍କୁ କହିଥିଲେ l ପ୍ରଫୁଲ ଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି l ବିଧାୟକ ଙ୍କ ସହିତ ରାଜ୍ୟ ଯୁବ ବିଜେଡି ସମ୍ପାଦକ ବିଶ୍ୱଜିତ ଦାସ, ଯୁବ ବିଜେଡି ଗଣମାଧ୍ୟମ ସମ୍ପାଦକ ସୁକାନ୍ତ ସାହୁ ଓ ଜିଲ୍ଲା ପରିଷଦ ଧରଣୀଧର ସାହୁ ଆହତ ପ୍ରଫୁଲ ଙ୍କୁ 108 ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ନେଇଥିଲେ।