ସାତ ଜନମ ପାଇଁ କଥା ଦେଇ କଥା ରଖିଲାନି ସ୍ୱାମୀ, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ : ସ୍ଵାମୀ ଗିରଫ ।


ବୌଦ୍ଧ,୨୩।୮,(ଉତ୍କଳ ନ୍ୟୁଜ୍୭) : ସାତ ଜନମ ସାଥି ହୋଇ ରହିବା ଲାଗି ସପଥ।କରିଥିଲେ ହେଲେ ଘରୋଇ କଳହ ସ୍ୱାମୀ ହାତରେ ନେଇଗଲା ସ୍ତ୍ରୀ ର ଜୀବନ।ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକ ସାମ୍ପଚ ଗ୍ରାମରେ । ଯେଉଁଠି ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ହୋଇଛି ଓ  ହତ୍ୟାକାରୀ ସ୍ଵାମୀକୁ ଅଟକ ରଖିଛି ପୋଲିସ।ସୂଚନା ଯୋଗ୍ୟଯେ, ବୁଧବାର ଦିନ ପ୍ରାୟ ୧୧ଟାରେ ସାମ୍ପଚ ଗ୍ରାମର ଭୋଳାନାଥ ସ୍ୱାଇଁ (୫୦ ବର୍ଷ) ଓ ସ୍ତ୍ରୀ କସ୍ତୁରୀ ସ୍ବାଇଁ (୪୫ ବର୍ଷ) ମଧ୍ୟରେ କଳହ ହୋଇଥିଲା।ସ୍ତ୍ରୀ କସ୍ତୁରୀ ପରିବା କାଟୁଥିବା ସମୟରେ ଭୋଳାନାଥ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଟାଙ୍ଗିଆରେ ସ୍ତ୍ରୀର ବେକରେ ଚୋଟ ମାରିଥିଲା। ଫଳରେ ଘଟଣାସ୍ଥଳରେ କସ୍ତୁରୀଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିବା ସହିତ ହତ୍ୟାକାରୀ ଭୋଳାକୁ ଗିରଫ କରିଛି।

Previous Post Next Post