ଭୁବନେଶ୍ବର/ଭଦ୍ରକ,୨୩।୮,(ବ୍ୟୁରୋ) : ରାଜ୍ୟର ବହୁ ଚର୍ଚ୍ଚତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ଜିଲ୍ଲା ଜଜ କୋର୍ଟରେ ଏହି ସ୍ପର୍ଶିକାତର ମାମାଲାଟିର ଶୁଣାଣୀ ହୋଇଛି। ଚତୁର୍ଥ ସାକ୍ଷୀ ଦୟାଲ ଆଶ୍ରମର କେୟାର ଟେକର ସରୋଜିନୀ ସେଠ ଓରଫ ସୋନିର ଆଜି ବୁଧବାର ସାକ୍ଷ୍ୟ ପ୍ରଦାନ କରିଛନ୍ତି।ନିରଞ୍ଜନ ସେଠୀଙ୍କ ଓକିଲ ଶରତ ଚନ୍ଦ୍ର ମହାପାତ୍ର ତାଙ୍କୁ ପୂର୍ବ ତାରିଖରୁ ପଚାରି ଥିବା ପ୍ରଶ୍ନ ବ୍ୟତୀତ ଆଶ୍ରମ ଓ ନ୍ୟୁଜ ଚ୍ୟାନେଲ ଅଫିସ ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଥିଲେ। ଶର୍ମିଷ୍ଠାଙ୍କ ଓକିଲ ବସନ୍ତ କୁମାର ଦାସ ଓ ଗଦାଧର ବଳ ଘଟଣା ସମ୍ବନ୍ଧୀୟ ଅନେକ ପ୍ରଶ୍ନ ପଚାରି ଥିଲେ । ଅବଶିଷ୍ଟ ସାକ୍ଷୀ ମାନଙ୍କ ବୟାନ ରେକଡିଂ ପାଇଁ ଆସନ୍ତା ସେପ୍ଟେମ୍ବର ୧୩ ତାରିଖକୁ ତାରିଖ ଧାର୍ଯ୍ୟ ରହିଲା ବୋଲି ସରକାରୀ ଓକିଲ ପ୍ରଦୀପ୍ତ କୁମାର ସାମଲ ପ୍ରକାଶ କରିଛନ୍ତି ।ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ତଦନ୍ତ ରାଜ୍ୟ କ୍ରାଇମ ବ୍ରାଞ୍ଚ ଦ୍ୱାରା କରାଯାଇଥିଲା ବେଳେ ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ତା ସହଯୋଗୀ ଝୁନା ଭୋଇ , ରାଜ ଓରଫ ରଞ୍ଜନ ନାୟକ ଓ ଅବସରପ୍ରାପ୍ତ ରାଜ୍ୟ ମୁଖ୍ୟ ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ନିରଞ୍ଜନ ସେଠି ପ୍ରମୁଖଙ୍କୁ ଗିରଫ କରିଥିଲା। ଏହା ସହ ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ବଧିପାଟଣା ଗାଁର ଏକ ବିଲ ନିକଟରୁ ମାଟି ତଳୁ ମୃତ ଦେହ ଉଦ୍ଧାର କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ ଓ ଘଟଣା ସ୍ତଳରେ ସିନେ ରିକ୍ରିୟସନ କରିଥିଲା। ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ବ୍ୟକ୍ତି ମାନେ ଭଦ୍ରକ ସ୍ୱତନ୍ତ୍ର ଉପ କାରାଗାରେ ବିଚାରାଧୀନ ବନ୍ଦୀ ଭାବେ ଅଛନ୍ତି। ଏହି ମାମାଲାଟି ଭଦ୍ରକ ଜିଲ୍ଲା ଜଜ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଆଦାଲତରେ ବିଚାରାଧୀନ ରହିଥିବା ଜଣାପଡିଛି।