ରାଜସୁନାଖଳା -ଧଳାପଥର ପୂର୍ତ୍ତ ବିଭାଗ ରାସ୍ତା ୮ମାସ ନପୁରୁଣୁ ପାଲଟିଛି ମରଣ ଯନ୍ତା ।

utkalnews7
By
0



ବୋଲଗଡ଼,୨୬।୮,(ଉତ୍କଳ ନ୍ୟୁଜ୍୭) : ଲୋକମାନଙ୍କର ଗମନାଗମନର ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ କୋଟିକୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ବୋଲଗଡ଼ ବ୍ଲକ ଅଞ୍ଚଳରେ ତାହା ସଫଳ ହୋଇପାରି ନାହିଁ ।ଖୋର୍ଦ୍ଧା ଜିଲ୍ଲା ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପୂର୍ତ୍ତ ବିଭାଗର ରାସ୍ତା ନିମ୍ନମାନର କାର୍ଯ୍ୟ ଅଭିଯୋଗ।ରାଜସୁନାଖଳା ଠାରୁ ଭାୟା ବାଙ୍କୋଇ ଗ୍ରାମଦେଇ ଧଳାପଥର ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ରାସ୍ତା ନିର୍ମାଣ ପାଇଁ ଖୋର୍ଦ୍ଧା ଜିଲ୍ଲା ପୂର୍ତ୍ତ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଜନସାଧାରଣମାନଙ୍କ  ଜାଣିବା ପାଇଁ କୌଣସି ସୂଚନା ଫଳକ ନlହିଁ ।ଏହି ପୂର୍ତ୍ତ ବିଭାଗ ରାସ୍ତାଟି ଗତ ୮ମାସତଳେ ନିର୍ମାଣ କରାଯାଇଥିଲେ ମଧ୍ୟ ନିମ୍ନମାନର କାମ ଯୋଗୁଁ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଖାଲ ସୃଷ୍ଟି ହୋଇ ବର୍ଷା ଜଳ ଜମିରହୁଛି ।ଫଳରେ ଅନ୍ଧାର ରାତିରେ ଏହି ରାସ୍ତାଦେଇ ଯାତାୟାତ କରୁଥିବା ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ  ହେବା ସାଙ୍ଗେସଙ୍ଗେ ପ୍ରତିଦିନ ଛୋଟ ବଡ଼ ଯାନବାହାନ ଦୁର୍ଘଟଣlମାନ ଘଟୁଅଛି । ତେଣୁ ଲୋକମାନଙ୍କର ଜୀବନ ସୁରକ୍ଷା ପାଇଁ ଆରିକମା ଗ୍ରାମସ୍ଥିତ ପୂର୍ତ୍ତ ବିଭାଗ ରାସ୍ତାଟି ମରଣ ଯନ୍ତାରେ ପରିଣତ ହୋଇଥିବାରୁ  ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଭାଗୀୟ ଶାସନ ସଚିବ ଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ମରଣ ଯନ୍ତା ରାସ୍ତାଟି ମରାମତି କରିବାକୁ ସ୍ଥାନୀୟ ଲୋକମାନେ ଦୃଢ ଦାବି କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*