ବିଜିପୁର ନିକଟରେ ୧୦୮ ଆମ୍ବୁଲାନ୍ସକୁ ପିଟିଲା ବସ୍, ଡ୍ରାଇଭର୍ ଗୁରୁତର ।


ନୟାଗଡ଼,୨୬।୦୮,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବିଜିପୁର ନିକଟରେ ଶନିବାର ଭୋରରୁ ଘଟିଛି ଅଘଟଣ ଏକ ୧୦୮ ଆମ୍ବୁଲାନ୍ସକୁ ପିଟିଲା ଟ୍ରକ୍ ଦୁର୍ଘଟଣାରେ ଜଣେ ଗୁରୁତର। ଆଜି ଭୋର ପ୍ରାୟ  ୪ଟା ସମୟରେ ଆମ୍ବୁଲାନ୍ସଟି ରୋଗୀଙ୍କୁ ଛାଡି ଭୁବନେଶ୍ବରରୁ ନୟାଗଡ ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ରେ ଡ୍ରାଇଭର୍‌ଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ, ଶନିବାର ଭୋର ପ୍ରାୟ  ୪ଟା ସମୟରେ ଏକ ଆମ୍ବୁଲାନ୍ସ  ରୋଗୀଙ୍କୁ ଛାଡି ଭୁବନେଶ୍ବର ରୁ ନୟାଗଡ ଅଭିମୁଖେ ଆସୁଥିଲା। ଏହି ସମୟରେ ବିଜିପୁର ନିକଟରେ ନୟାଗଡ଼ ପଟୁ ଭୁବନେଶ୍ବର ଯାଉଥିବା ଏକ ବସ୍ ଅନ୍ଯ ଏକ ବସକୁ ଓଭରଟେକ୍ କରୁଥିବା ବେଳେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସକୁ ପିଟି ଘଟଣା ସ୍ତଳରୁ ପଳାଇଯାଇଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସର ଆଗ ଚକା ବାହାରି ଯାଇଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା  ଡ୍ରାଇଭର୍ ନାରାୟଣ ସାଥୁଆ ଗୁରୁତର ହୋଇଥିବା ବେଳେ ଅନ୍ଯ ଦୁଇ ଜଣ ସୁରକ୍ଷିତ ଅଛନ୍ତି। ତେବେ ଗୁରୁତର ଆମ୍ବୁଲାନ୍ସ ଡ଼୍ରାଇଭର ନାରାୟଣ ସାଥୁଆଙ୍କୁ ପ୍ରଥମେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।ଖବର ପାଇ ଇଟାମାଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ଘଟଣା ଘଟାଇଥିବା ବସ୍‌ର ନମ୍ବର କିମ୍ବା ନାମ ଜଣାପଡି  ନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରୀ ରଖିଛି।

Previous Post Next Post