ପୂର୍ବତନ ବିଧାୟକଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକ ପାଳିତ।

utkalnews7
By
0



ବୋଲଗଡ଼,୩୧।୮,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସାନପଦର ଗ୍ରାମ ଭକ୍ତ ଚରଣ ସ୍ମୃତି ସଦନ  ଦୁର୍ଗା ମଣ୍ଡପ ଠାରେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ  କୃଷକ  ଆନ୍ଦୋଳନର ରଥୀ  ତଥା ବେଗୁନିଆ -ବୋଲଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଓ ବିଶିଷ୍ଠ ଜନନେତା ସ୍ବର୍ଗତ ଗଙ୍ଗାଧର ପାଇକରାୟଙ୍କ ୨୫ତମ ଶ୍ରାଦ୍ଧବାର୍ଷିକ ବୋଲଗଡ଼ବ୍ଲକ  ସାନପଦର ଗ୍ରାମସ୍ଥିତ କଲ୍ୟାଣୀ ମଣ୍ଡପଠାରେ  ପାଳିତ ହୋଇଯାଇଛି ।


ଏହି କାର୍ଯ୍ୟକ୍ରମକୁ ବସନ୍ତ କୁମାର ପାଇକରାୟଙ୍କ ଓ ଶିକ୍ଷକ ଶ୍ରୀକାନ୍ତ କୁମାର ନୟାକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଏହି ଶ୍ରାଦ୍ଧ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେଡି ସମ୍ପାଦକପ୍ରଦୀପ କୁମାର ସାହୁ, ସଂମ୍ମାନିତ ଅତିଥିଭାବେ  ରାଜ୍ୟ କମ୍ୟୁନିଷ୍ଟ ପାର୍ଟିର ସମ୍ପାଦକ ଅଭୟ କୁମାର ସାହୁ,ବିଜେପି ଯୁବ ନେତା ତଥା ସାଂସଦଙ୍କ ପ୍ରତିନିଧି ପ୍ରକାଶଚନ୍ଦ୍ର ରଣବିଜୁଳି,ବେଗୁନିଆ -ବୋଲଗଡ଼ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ପୃଥିବୀବଲ୍ଳଭ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱଇଁ,ରବୀନ୍ଦ୍ର କୁମାର ପରିଡା, ବ୍ଲକ ବିଜେପି ସଭାପତି ରଘୁନାଥ ଷଢଙ୍ଗୀ,ଆର୍ତ୍ତବନ୍ଧୁ ପ୍ରଧାନ, ଗୋପାଳପୁର ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ବାରିକ,ସାନପଦରର ପୂର୍ବତନ ସରପଞ୍ଚ ରଘୁନାଥ ସାହୁ, ବରିଷ୍ଠ ଶିକ୍ଷାବିତ ରାଜକିଶୋର ବ୍ରହ୍ମା, ଗ୍ରାମକମିଟିର ସଭାପତି ସୁରେନ୍ଦ୍ର ନାୟକ ପ୍ରମୁଖ  ଗଙ୍ଗାଧରଙ୍କ ସଂଗ୍ରାମୀଜୀବନୀ ବିଷୟରେ ଉଲ୍ଲେଖ କରିଥିଲେ । 


ସ୍ୱର୍ଗତ ଶ୍ରୀ ପାଇକରାୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ୟାୟ ବିରୁଦ୍ଧରେ ଲଢେଇ, କୃଷକମାନଙ୍କ ହକ ପାଇଁ ସବୁବେଳେ ଲଢେଇ କରି ତାଙ୍କୁ ଅନୁକରଣ କରିବା ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଅଶୋକ କୁମାର ସାହୁ, ଶିକ୍ଷକ ବିଜୟ କୁମାର ସାହୁ,ସମାଜ ସେବୀ ଅଜୟ ମଙ୍ଗରାଜ, ପ୍ରମୋଦ କୁମାର ସ୍ୱାଇଁ,  ପୂର୍ବତନ ସରପଞ୍ଚ ବିଜୟ କୁମାର ଗୁମାନସିଂହ, ଦେବୀପ୍ରସାଦ ସିଂ ସମେତ ସାନପଦର ଗ୍ରାମପଞ୍ଚାୟତର ରାସୋଳ, ବୟାପଲ୍ଲୀ, କୃଷ୍ଣଶରଣପୁରର ବହୁ ଯୁବକ ତଥା ଜନସାଧାରଣମାନେ ଯୋଗଦେଇଥିଲେ ।


Post a Comment

0 Comments

Please Select Embedded Mode To show the Comment System.*