ଟାଙ୍ଗୀ,୦୧।୦୯,(ଉତ୍କଳ ନ୍ୟୁଜ୍୭) : ଜଙ୍ଗଲ ପାଲଟିଛି ଜୁଆଡିଙ୍କ ଆଡ୍ଡା ସ୍ତଳି।ଜଙ୍ଗଲରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସର ଚଢାଉ,ଟଙ୍କା ସହ ବାଇକ୍ ଓ ମୋବାଇଲ ଫୋନ ଜବତ,୫ଗିରଫ।ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ କମାଗୁରୁ ବେଲପଦା ଠାରେ ଜୁଆ ଖେଳ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଜଙ୍କିଆ ଥାନ ପୋଲିସ ଚଢାଉ କରିଥିଲା। ଏହି ସମୟରେ ୫ ଜୁଆଡ଼ିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ୨୭୯୦ ଟଙ୍କା, ୧୦ଟି ବାଇକ, ମୋବାଇଲ ଫୋନ୍ ଜବତ କରିଛି। ଗିରଫ ଜୁଆଡି ମାନେ ହେଲେ ଟାଙ୍ଗୀ ଥାନା ଓ କଣାସ ଥାନା ଅଞ୍ଚଳର ଯୁଧିଷ୍ଠିର ନାୟକ, କାଳୁ କୁମାର ଦାଶ, ମାନସ ପ୍ରଧାନ, ସଂଗ୍ରାମ ଛୋଟରାୟ ଓ କୁମର ରାଉତ ବୋଲି ଜଣାପଡିଛି। ଏନେଇ ଜଂକିଆ ଥାନା ପୋଲିସ ୨୮୯/୨୩ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଥାନା ନିରୀକ୍ଷକ।