Ad Code

Responsive Advertisement

ସିଧାମୁଳା ଗ୍ରାମର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା।


ନୟାଗଡ଼,୧।୯,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛି କଣ୍ଟେଇମୁଣ୍ଡି ବାଇଗଣ । ଜିଆଇ ଟ୍ୟାଗ ମାନ୍ୟତା ପାଇବାରେ ସଫଳତା ଲାଭ କରିଛି । କଣ୍ଟିଲୋ ନିକଟସ୍ଥ ସିଧାମୁଳା ଗ୍ରାମର ନୀଳମାଧବ କୃଷି ସଙ୍ଗଠନ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ୭୩୯ ନଂ ଦରଖାସ୍ତରେ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଦାବି କରିଥିଲେ । ଏଥି ନିମନ୍ତେ ଓୟୁଏଟି  ବିଭିନ୍ନ ସମୟରେ ପୁରସ୍କୃତ କରିବା ସହ ଜିଆଇ ଟ୍ୟାଗ ମାନ୍ୟତା ନିମନ୍ତେ ସହଯୋଗ କରିଥିଲା । କଣ୍ଟେଇମୁଣ୍ଡି ବାଇଗଣକୁ ବିଭାଗ ୩୧ ର ମାନ୍ୟତା ମିଳିଛି । ନୟାଗଡ଼ ଜିଲ୍ଲାରେ ସ୍ବତନ୍ତ୍ରତା ଲାଭ କରିଥିବା ଏହି କଣ୍ଢେଇମୁଣ୍ଡି ବାଇଗଣ ସବୁଜ କରଣ । ଏହାର ଗଛପତ୍ର ଓ ଫଳରେ ସବୁଆଡେ କଣ୍ଟା ଲାଗି ରହିଥାଏ । ଏହି ବାଇଗଣଟି ଅନ୍ୟାନ୍ୟ ବାଇଗଣ ଠାରୁ ସ୍ଵତନ୍ତ୍ରତା ରହିଛି । ପ୍ରତ୍ୟେକ ବାଇଗଣର ଓଜନ ୨୫ ରୁ ୫୦ ଗ୍ରାମ ମଧ୍ୟରେ ରହିଥାଏ । ଏହି ବାଇଗଣ ଗଛ ଲଗେଇବାର ୩୦ ରୁ ୩୫ ଦିନ ମଧ୍ୟରେ ଫଳ ଦେଇଥାଏ । ଏହାର ସ୍ବାଦ ସ୍ବତନ୍ତ୍ରତା ରହିଛି । ଏହି ବାଇଗଣର ରୋଗ ନିରାକରଣ ଶକ୍ତି ଅଧିକ ପରିମାଣରେ ରହିଛି । ନୟାଗଡ଼ ଜିଲ୍ଲାର କଣ୍ଢେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଥିବା ନେଇ ସୂଚନା ଦେବା ସହ  ଏହା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ବୋଲି ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ କହିଛନ୍ତି।

Post a Comment

0 Comments