ଗଞ୍ଜେଇ ସହ ଲକ୍ଷାଧିକ ଟଙ୍କା ଓ ବାଇକ୍ ଜବତ, ୨ କୋର୍ଟ ଚାଲାଣ ।

utkalnews7
By
0


ଟାଙ୍ଗୀ,୧୭।୯,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପୋଲିସ ପାଟ୍ରୋଲିଂ ବେଳେ ଧରାପଡିଲେ ଦୁଇ ଗଞ୍ଜେଇ ବେପାରୀ। ସୂଚନାଯୋଗ୍ୟ,ଯେ କି ଆଜି ସକାଳୁ ଟାଙ୍ଗୀ ପୋଲିସ ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଛକ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ୨ଜଣ ବାଇକ୍ ଚାଳକଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ଅଟକାଇ ଦୁଇ ଗଂଜେଇ ବେପାରୀ କୁ କାବୁ କରିନେଇଥିଲେ। ବେପାରୀ ଦୁଇଜଣ ହେଲେ ଗଂଜାମ ଜିଲ୍ଲା ଆସ୍କା ଟାଉନ ଧୋବାବନ୍ଧ ଆପାର୍ଟମେଣ୍ଟର କ୍ରୁଷ୍ଣ ପ୍ରସାଦ ପ୍ରହରାଜ ଓ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୁନ୍ଦରପୁରର ପ୍ରଫୁଲ ରାଉତ ବୋଲି ଜଣାପଡିଛି। ଉଭୟଙ୍କ ଠାରୁ ପୋଲିସ ୨୦ କିଲୋ ୧୦୦ଗ୍ରାମ ଗଞ୍ଜେଇ ଜବତ ଓ ୧ଲକ୍ଷ ୩୫ ହଜାର ଟଙ୍କା ଜବତ କରିଛି। ସେମାେନ ବ୍ୟବହୃତ କରିଥିବା ଦୁଇଟି ବାଇକ ଜବତ କରିବା ସହ ୬୩୫/୨୩ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନାରୁ ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*