ଓଡିଶା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଓଏଭିଏସର ୦୯ ତମ ପ୍ରତିଷ୍ଠା ଦିବସ ସ୍ପାର୍କ ୨୦୨୩-୨୪ ଅନୁଷ୍ଠିତ।

utkalnews7
By
0


ଗଞ୍ଜାମ,୨୩।୯,(ଉତ୍କଳ ନ୍ୟୁଜ୍୭) :  ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଶାସନ ଆମ୍ବଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଓଏଭିଏସର ୦୯ ତମ ପ୍ରତିଷ୍ଠା ଦିବସ ସ୍ପାର୍କ  ୨୦୨୩-୨୪  ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ମହା ଆଡମ୍ବରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷ ଶ୍ରୀଅରୁଣ କୁମାର ପଟେଲଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ପ୍ରକଳ୍ପ ଉନ୍ନୟନ ଅଧିକାରୀ ଶ୍ରୀ ଭି. କିର୍ତ୍ତିଭାସନ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା,ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିଆରୀ ପବିତ୍ର ମୋହନ ସାହୁ ,ଜିଲ୍ଲା ପରିଷଦ ସଭ୍ୟ ଏଳା.ସୁଦର୍ଶନ ପ୍ରମୁଖ ଦୀପ ପ୍ରଜ୍ବଳନ କରିବା ସହ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ । ଉପସ୍ଥିତ ଥିବା ଅତିଥି ବୃନ୍ଦ ଜିଲ୍ଲା ଆଦର୍ଶ ବିଦ୍ୟାଳୟର ମହତ୍ୱ  ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିଷୟରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାର୍ଜନ କରିବା ପାଇଁ କଠିନ ପରିଶ୍ରମ କରି ଭବିଷ୍ୟତରେ ଜଣେ ଭଲ ମଣିଷ ଏବଂ ଉତ୍ତମ ନାଗରିକ ହୋଇ ଦେଶ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପୂର୍ବରୁ  ଆୟୋଜିତ କରାଯାଇଥିବା ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରତିଯୋଗିତା କରାଯାଇଥିଲା l କୃତିତ୍ୱ ହୋଇଥିବା  ଛାତ୍ରଛାତ୍ରୀ ମାନଙ୍କୁ  ମାନପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ସ୍ଥାନୀୟ ସରପଞ୍ଚ ବିକାଶ ସେଠୀ, ସମିତି ସଭ୍ୟ, ବିଜେଡି ଯୁବ ବ୍ଳକ୍ ସଭାପତି ମନୋଜ କୁମାର ସାବତ, ହିଞ୍ଜିଳି ବ୍ଳକ୍ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ ପ୍ରମୁଖଙ୍କ ସମେତ ବିଭିନ୍ନ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗୀତା ଓ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Post a Comment

0 Comments

Please Select Embedded Mode To show the Comment System.*