ସ୍ଵଚ୍ଛତା ହିଁ ସେବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

utkalnews7
By
0


ଭାପୁର, ୨୫।୯,(ଉତ୍କଳ  ନ୍ୟୁଜ୍୭): ସାରା ଦେଶରେ ସେପ୍ଟେମ୍ବର ମାସ ୧୫ତରିଖରୁ ଅକ୍ଟୋବର ମାସ ୨ତାରିଖ ପର୍ଯ୍ୟନ୍ତ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ "ସ୍ଵଚ୍ଛତା ହିଁ ସେବା" ପାଳିତ ହେଉଛି। ଏହି ପରିପ୍ରେକ୍ଷିରେ ନୟାଗଡ ଜିଲ୍ଲା ଭାପୁର ବ୍ଲକ ପ୍ରଶାସନ ତରଫରୁ ରକମା ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ସ୍ଥାନୀୟ ପଞ୍ଚାୟତର ସହ ଭାଗିତାରେ "ସ୍ଵଚ୍ଛତା ହିଁ ସେବା" ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆୟୋଜିତ ସଭାରେ  ସ୍ଥାନୀୟ ସରପଂଚ ସନ୍ତୋଷୀ ବେହେରାଙ୍କ ସଭାପତିତ୍ବରେ ଭାପୁର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ଏଲୋରା ମହାପାତ୍ର, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଅନୀଲ କୁମାର ଦାସ, ବ୍ଲକ କନିଷ୍ଠ ଯନ୍ତ୍ରୀ ସାରଙ୍ଗଧର ପ୍ରଧାନ, ଗ୍ରାମ ରୋଜଗାର ସେବକ ସୁଶାନ୍ତ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ ଏବଂ ଅଙ୍ଗନୱାଡ଼ି କର୍ମୀ ନମିତା ପଟ୍ଟଯୋଶୀ ସଭା ପରିଚାଳନା କରିଥିଲେ। ଉକ୍ତ ସଭାରେ ଅତିଥି ମାନେ ସ୍ବଚ୍ଛତା ରହିଲେ ଆମର କି କି ଉପକାର ହେବ, ନିଜ ଘରର ଆବର୍ଜନା ଗୁଡ଼ିକୁ ଏଣେ ତେଣେ ନ ପାକାଇ ଏକ ଡଷ୍ଟବିନରେ ରଖିବା ଏବଂ ପଞ୍ଚାୟତ ତରଫରୁ ଏକ ଗାଡ଼ି ଦ୍ଵାରା ସପ୍ତାହକୁ ଥରେ ସାହି ସାହି ବୁଲି ସଂଗ୍ରହ କରାଯିବ ବୋଲି ଅତିଥି ମାନେ ବୁଝାଇଥିଲେ। ଅଙ୍ଗନୱାଡ଼ି କର୍ମୀ ଶ୍ରୀମତି ପଟ୍ଟଯୋଶୀ ଉପସ୍ଥିତ ମହିଳା ଓ ଛାତ୍ର ଛାତ୍ରୀ ମାନଙ୍କୁ ହାତ ଧୋଇବାର ୬ଟି ପ୍ରଣାଳୀକୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ପରିଶେଷରେ ଉପସ୍ଥିତ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଗାଁ କଲ୍ୟାଣ ସମିତିର ମହିଳା, ୱାର୍ଡ ସଭ୍ୟ/ସଭ୍ୟା, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ସ୍ବଚ୍ଛତା ସମ୍ବନ୍ଧୀୟ ବିଭିନ୍ନ ପ୍ଲା କାର୍ଡ ଓ ସ୍ଳୋଗାନ ମାଧ୍ୟମରେ ଗ୍ରାମ ପରିକ୍ରମା କରି ଜନସାଧାରଣ ମାନଙ୍କୁ ସଚେତନତା କରିଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବଚ୍ଛତା ହିଁ ସେବା ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Post a Comment

0 Comments

Please Select Embedded Mode To show the Comment System.*