କଳାହାଣ୍ଡି,୧।୧୦,(ଉତ୍କଳ ନ୍ୟୁଜ୍୭) : ହଜିଗଲା ମାନବିକତା ଗୁଣି ଗାରେଡି ସନ୍ଧେହରେ,ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ ।ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିକେରଗୁଡା ଗାଁରେ । ଗୁଣି ଗାରେଡିକୁ ସନ୍ଧେହ କରି ବଡ଼ ଭାଇ ଜଳ ନାଏକଙ୍କୁ ତାଙ୍କ ସାନ ଭାଇ ପରିବେଶ ନାଏକ ଓ ୨ ପୁତୁରା ନକୁଳ,ସହଦେବ ମିଶି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୂର୍ବରୁ ଅନେକ ଥର ଗୁଣିଗାରେଡି କୁ ନେଇ ୨ ଭାଇଙ୍କ ମଧ୍ୟରେ ଝଗଡା ହେଇ ଆସୁଥିଲା । ତେବେ ଆଜି ବଡ଼ ଭାଇ ଜଳ ନିଜ ଚାଷ ଜମି କୁ ଯାଉଥିବା ବେଳେ ଏହି ସମୟରେ ସାନ ଭାଇ ପରିବେଶ ଓ ତାଙ୍କ ଦୁଇ ପୁଅ ନକୁଳ, ସହଦେବ ମିଶି ଏକ ଧାରୁଆ ଅସ୍ତ୍ରରେ ପଛପଟୁ ଆକ୍ରମଣ କରିଥିଲେ । ଜଳ ପଡିଯିବା ପରେ ତିନିଜଣ ବାପପୁଅ ମିଶି ତାଙ୍କୁ ହତ୍ୟା କରିଥିଲେ । ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣିବା ପରେ ବାପପୁଅ ଙ୍କୁ ଅଟକ ରଖି ଭବାନୀପାଟଣା ସଦର ଥାନା ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ମୃତକଙ୍କ ସାନ ଭାଇ ଓ ୨ ପୁତୁରାଙ୍କୁ ପୋଲିସ ଥାନାକୁ ଆଣି ଅଟକ ରଖି ଘଟଣାର ଛାନଭିନ କରୁଥିବା ଜଣାପଡିଛି।