ନିଶା ମୁକ୍ତ ଓଡିଶା ଗଠନ ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ।

utkalnews7
By
0


ଜଗତସିଂହପୁର,୩।୧୦,(ଉତ୍କଳ ନ୍ୟୁଜ୍୭) : ଥାଳିଆ କଂସା ଧରି ନିଶାମୁକ୍ତ ଓଡିଶା ଗଠନ ନିମନ୍ତେ ଭିନ ଏକ ପ୍ରୟାସ କରିଛି ଶ୍ରୀ ଜଗନ୍ନାଥ ଭାଗବତ ଚେତନା ମଞ୍ଚ।ଆଜି ଶ୍ରୀ ଜଗନ୍ନାଥ ଭାଗବତ ଚେତନା ମଞ୍ଚ ସଭାପତି ଶିବପ୍ରସାଦ ପରିଡାଙ୍କ ନେତୃତ୍ୱରେ ପଚାଶ ରୁ ଉର୍ଦ୍ଧ ମହିଳା ଓ ଯୁବକ ମାନେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ନିକଟରୁ ଥାଳିଆ ଓ କଂସା ଧରି ନିଶାମୁକ୍ତ ନାରାବାଜି ସହିତ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଂଚି ଏକ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।ଏହି ଦାବିପତ୍ର ରେ ମୁଖ୍ୟତଃ ଧର୍ମ ହାନି,ପଥଭ୍ରଷ୍ଟ ଯୁବ ସମାଜ,ଅର୍ଥ ସଞ୍ଚାୟରେ ବାଧକ,ଝିଅ ବୋହୁ ମାନେ ଅସୁରକ୍ଷିତ,ପରିବାରରେ ଅସାନ୍ତି, ଵୃଦ୍ଧ ପିତାମାତାଙ୍କୁ ଅବହେଳିତ ,ରୋଗ ବୃଦ୍ଧି,ମୃତ୍ୟୁ ହାର ବୃଦ୍ଧି ଓ ଚୋରି ଡକାୟତି ରାହାଯାନୀ ପ୍ରଭୁତି ମୁଖ୍ୟତ  ନିଶା କରବାରୁ ବୃଦ୍ଧି ପାଉ ଥିବାରୁ ଏହାକୁ ବନ୍ଦ କରିବାପାଇଁ ରାଜ୍ୟରୁ ନିଶା କାରବାରକୁ ବନ୍ଦ କରିବା ଅତ୍ୟନ୍ତ ଜରୁରୀ ବୋଲି ଯାହାକୁ ନେଇ ଭିନ୍ନ ଧରଣର ପ୍ରତିବାଦ କରିଛି ଶ୍ରୀ ଜଗନ୍ନାଥ ଭାଗବତ ଚେତନା ମଞ୍ଚ।

Post a Comment

0 Comments

Please Select Embedded Mode To show the Comment System.*