ବାଣପୁରରେ ମା’ ଭଗବତୀଙ୍କ ଦର୍ଶନ କଲେ ଓଡିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି।

utkalnews7
By
0


ବାଣପୁର,୩୧।୧୦,(ଉତ୍କଳ ନ୍ୟୁଜ୍୭): ଓଡିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡ଼. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିରରେ ମା'ଙ୍କ ଦର୍ଶନ କରିଥିବା ଜଣାପଡ଼ିଛି।  ଏହି ପରିପ୍ରେକ୍ଷୀରେ ମନ୍ଦିର ଦ୍ୱାର ଦେଶରେ ବାଣପୁର ଓକିଲ ସଂଘ, ଦେବୋତ୍ତର ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବାଗତ ଜ୍ଞାପନ କରାଯାଇଥିଲା।ଡ଼. ଷଡ଼ଙ୍ଗୀ ମା’ ଙ୍କ ମନ୍ଦିର ପରିସରରେ ଦୀର୍ଘ ସମୟ ଅତିବାହିତ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ ସ୍ଥାନୀୟ ରଙ୍କନାଥ ଦେବ ମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ତାଙ୍କୁ ମନ୍ଦିର କମିଟି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ମୁଖ୍ୟ ବିଚାରପତିଙ୍କ ଗସ୍ତ ସମୟରେ ବାଣପୁର ସହକାରୀ ଦୌରା ଜଜ୍ ମନୋରଞ୍ଜନ ମିଶ୍ର, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ନାତକୀ ଦାସ, ତହସିଲଦାର ଟି. ପଦ୍ମନାଭ ଦୋରା, ବାଣପୁର ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନ, ସମ୍ପାଦକ ସୁଧୀର ପ୍ରଧାନ, କାର୍ଯ୍ୟକାରିଣୀ ସଦସ୍ୟ ଦେବବ୍ରତ ବଡ଼ଜେନା, ପ୍ରଶାନ୍ତ ମହାନ୍ତି, ଆଇନଜୀବୀ ରଞ୍ଜନ କୁମାର ବେଦମତା, ସୁନୀଲ ମହାପାତ୍ର, ଜଗଦୀଶ ପଟ୍ଟନାୟକ, ସଚିତ ମିଶ୍ର, ରମେଶ ବିଷୋୟୀ, ସନ୍ତୋଷ ପାତ୍ର, ସୀତାରାମ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Post a Comment

0 Comments

Please Select Embedded Mode To show the Comment System.*