କଳାହାଣ୍ଡି ପ୍ରତିଷ୍ଠା ଦିବସରେ ମେଡ଼ିକାଲ କଲେଜ, ଲକ୍ଷ୍ମୀ ବସ ସମେତ ବିଭିନ୍ନ ଯୋଜନା ଲୋକାର୍ପଣ କଲେ : ମୁଖ୍ୟମନ୍ତ୍ରୀ।

utkalnews7
By
0


କଳାହାଣ୍ଡି,୧।୧୦,(ଉତ୍କଳ ନ୍ୟୁଜ୍୭): କଳାହାଣ୍ଡି ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ଆସି ବହୁ ପ୍ରତିକ୍ଷିତ ମେଡ଼ିକାଲ କଲେଜର ଲୋକାର୍ପଣ କରିବା ସହ ଭବାନୀପାଟଣା ବସଷ୍ଟାଣ୍ଡ ବିଭିନ୍ନ ପ୍ରକଳ୍ପ ଗୁଡିକର ଲୋକର୍ପଣ କରିଛନ୍ତି। ଭବାନୀପାଟଣା ଉପକଣ୍ଠ ଭଙ୍ଗାବାରୀ ଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ଶହେ ସିଟ ବିଶିଷ୍ଟ ଶହୀଦ ରେଣ୍ଡୋମାଝି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଲୋକର୍ପଣ କରିଛନ୍ତି।ଏହି ଅବସରରେ ୨୦୨୩-୨୪ ଶିକ୍ଷା ବର୍ଷରେ ଅଧ୍ୟଯନରତ ଦୁଇ ଜଣ ଛାତ୍ରୀଙ୍କ ସହିତ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ କଥା ବାର୍ତ୍ତା ହେବ ସହ ଜଣେ ଛାତ୍ର ଙ୍କ ସହ ମୁଖ୍ୟ ମନ୍ତ୍ରୀ କଥା ବାର୍ତ୍ତା ହୋଇଥିଲେ। ଚଳିତ ଶିକ୍ଷା ବର୍ଷରେ ଓଡ଼ିଶାର ୪୧ ଜଣଙ୍କ ସମେତ ବିଭିନ୍ନ ରାଜ୍ୟରୁ ମୋଟ ୧୦୦ ଜଣ ଛାତ୍ର ଛାତ୍ରୀ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ବିଷୟ ସ୍ବାସ୍ଥ୍ୟ ସଚିବ ପ୍ରକାଶ କରିଥିଲେ।ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ବାସ୍ଥ୍ୟ ମନ୍ତ୍ରୀ, କଳାହାଣ୍ଡି ସାଂସଦ, ନବୀନ ଓଡ଼ିଶା ୫ ତି ଅଧ୍ୟକ୍ଷ ପ୍ରମୁଖ ମଞ୍ଚାସୀନ ଥିଲେ। ଦୀର୍ଘ ଦିନର ବହୁ ପ୍ରତିକ୍ଷିତ ଏହି ମେଡ଼ିକାଲ କଲେଜ ଲୋକର୍ପଣ ହେବା ପରେ ଜିଲ୍ଲା ବାସୀ ଦୁଆର ମୁହଁ ରେ ସ୍ବାସ୍ଥ୍ୟ ସେବା ପାଇବା ସମ୍ଭବ ହୋଇ ପାରିବ ବୋଲି ଆଶା ପ୍ରକାଶ ପାଇଛି। ଏହା ପରେ ବିଶ୍ବବିଦ୍ୟାଳୟ ପଡିଆ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘରେ ଘରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିଥିଲେ।ଆୟୋଜିତ ଉତ୍ସବ ରେ ରାଜ୍ୟସଭା ସାଂସଦ ସୁଜିତ କୁମାର ସ୍ଵାଗତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, କଳାହାଣ୍ଡି ସାଂସଦ, କଳାହାଣ୍ଡିର ସମସ୍ତ ବିଧାୟକ, ଜିଲ୍ଲାପାଲ ପ୍ରମୁଖ ଉପସ୍ଥିତ ଥିଲେ। ମାନ୍ୟବର ମୁଖ୍ୟ ମନ୍ତ୍ରୀ ପତାକା ଦେଖାଇ ପ୍ରତ୍ୟେକ ପଞ୍ଚାଯତ କୁ ସଂଯୋଗ କରିବା ଉଦ୍ଦେଶ୍ୟରେ ଚାଳିବାକୁ ଥିବା ଲକ୍ଷ୍ମୀ ବସ ର ଶୁଭାରମ୍ଭ କରିଥିଲେ। କଳାହାଣ୍ଡି ଜିଲ୍ଲା ଗଠନ ଅବସରରେ କଳାହାଣ୍ଡି ବିଶ୍ବ ବିଦ୍ୟାଳୟ କୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଥିଲେ । ଭବାନୀପାଟଣା ରେ ନବ ନିର୍ମିତ ବସ ଟର୍ମିନାଲର ଲୋକର୍ପଣ କରିବା ସହିତ ପ୍ରାୟ ୧୨୦୦ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*