ଡ଼କାୟତି ଯୋଜନା ପଣ୍ଡ,ବିଭିନ୍ନ ମାରଣାସ୍ତ୍ର ସହ ନଗଦ ଟଙ୍କା ଜବତ : ୩ କୋର୍ଟ ଚାଲାଣ।

utkalnews7
By
0


ଟାଙ୍ଗୀ,୧।୧୧,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପୋଲିସକୁ ମିଳିଛି ସଫଳତା ।ରାତ୍ର ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ  ୧୬ ନମ୍ବର ଜାତୀୟ ରାଜପଥ ଦୀକ୍ଷିତପଡା ଛକ ନିକଟରେ ଚଢ଼ାଉ କରିବା ସହ ୩ଜଣ ଡକାୟତକୁ ଗିରଫ କରିଛି ଟାଙ୍ଗୀ ଥାନା ପୋଲିସ ।ରାସ୍ତାରେ ଯାଉଥିବା ଯାତ୍ରୀ ମାନଙ୍କୁ ଅଟକାଇ ବଡ ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିବା ସମୟରେ ଟାଙ୍ଗୀ ପୋଲିସ ତିନି ଜଣ ଙ୍କୁ ଧରିବାରେ ସଫଳ ହୋଇଥିଲା ବେଳେ ଅନ୍ୟ ତିନି ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ଗିରଫ ତିନି ଲୁଟେରାଙ୍କ ଠାରୁ ଗୋଟିଏ ଖଣ୍ଡା, ଲୁହା ରଡ଼, ଛୁରୀ ସହିତ ନଗଦ ୧୧୫୦ଟଙ୍କା ଜବତା କରିବା ସହିତ ଘଟଣା ସ୍ଥଳରୁ ଗୋଟିଏ ହିରୋ ଗ୍ଲାମର ଗାଡି ସହିତ ଅନ୍ୟ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ଟାଙ୍ଗୀ ଥାନା ପୋଲିସ। ଏନେଇ ଟାଙ୍ଗୀ ଥାନା ପୋଲିସ ୭୪୧/୨୦୨୩ ଏକ ମାମଲା ରୁଜୁ କରିବା ସହ ୩ଲୁଟେରାଙ୍କୁ କୋର୍ଟ ଚାଲାଣ କରିଥିବା ଟାଙ୍ଗୀ ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*