ବୋଲଗଡ଼ ବ୍ଲକକୁ ମରୁଡି ଘୋଷଣା ପାଇଁ ଚାଷୀଙ୍କ ଦାବି ।

utkalnews7
By
0


ବୋଲଗଡ଼,୩।୧୧,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଏକ କୃଷି ବହୁଳ ଅଞ୍ଚଳ ।ଏହି ବ୍ଲକର ୧୯ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସମସ୍ତ ରାଜସ୍ବ ଗ୍ରାମ ଗୁଡିକର ୯୦%ଲୋକମାନେ ଧାନଚାଷ  ଓ ରବି ଫସଲ କରି ପରିବାର ପ୍ରତିପୋଷଣ କରିଥାନ୍ତି । ବୋଲଗଡ଼ ବ୍ଲକ ଅଞ୍ଚଳର ଚାଷୀମାନେ ଚାଷ ଓ଼ ଚାଷୀର ବିକାଶ ପାଇଁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗକୁ ପ୍ରତିବର୍ଷ ଖଜଣା ମାଧ୍ୟମରେ ଜଳକର ଦେଉଥିଲେ ମଧ୍ୟ ଜଳସେଚନର ବ୍ୟବସ୍ଥା ନାହିଁ । ଚଳିତ ବର୍ଷ ଧାନଚାଷ ପାଇଁ ଆବଶ୍ୟକୀୟ ମୌସୁମୀ ବାୟୁ ପ୍ରଭାବିତ ବର୍ଷା ଜଳ ହୋଇପାରି ନାହିଁ । ଫଳରେ ଚାଷୀମାନେ ତରବରରେ ଲଘୁଚାପ ଜନିତ ସ୍ୱଳ୍ପ ବର୍ଷାରେ ଧାନଚାଷ କରିଥିଲେ । ବହୁ ଗରିବ ଚାଷୀମାନେ ସୁନା ଓ ରୂପl ବନ୍ଧା ପକାଇ ମହାଜନଠାରୁ ଋଣ ଟଙ୍କା ଆଣି ଓ ଜାତୀୟ କରଣ ବ୍ୟାଙ୍କରୁ କୃଷି ଋଣ ଟଙ୍କା ଆଣି ଧାନ ଫସଲ କରିଥିଲେ । ବର୍ତ୍ତମାନ ସୁଧା ଧାନ ଫସଲ ପାଇଁ ଆବଶ୍ୟକୀୟ ବର୍ଷାଜଳ ନ ହେବାରୁ ଧାନ ଚାଷ ଜମି ଫାଟି ଆଁ କଲାଣି । ତେଣୁ ବୋଲଗଡ଼ ବ୍ଲକ ଅଞ୍ଚଳର ସମସ୍ତ ଚାଷୀମାନେ କିପରି ନିଜ ପରିବାର ପ୍ରତିପୋଷଣ କରିବେ ଓ ବ୍ୟାଙ୍କ କୃଷି ଋଣ ଟଙ୍କା ସୁଝିବେ  ସେହି ଚିନ୍ତାରେ  ଭାଙ୍ଗି ପଡିଛନ୍ତି ! ଶୁକ୍ରବାର ଦିନ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦେଶକ ପ୍ରକାଶ ଚନ୍ଦ୍ର ରାଉତରାୟଙ୍କ  ନେତୃତ୍ୱରେ ହରିକେଶର, ଖଲିକୋଟ,  ଡିହ ଖଉରୁଣୀ, କନ୍ତାଇଲୋ,  ପାଟବନ୍ଧ, ଗୋପାଳିପଡ଼ା, ଢୋଲପଥର, ଜରିପଡା , କୋଡପଡା, ଗର୍ଭଣୀ ପଡା, ହାଟବସ୍ତ, ବାଙ୍କୋଇ, ହଳଦୀପଦା, ବlଳସିଂହ, ସାଗରଗାଁ ଓ ବିଲ ଖଉରୁଣୀ ଗ୍ରାମଗୁଡ଼ିକରୁ ଶତାଧିକ  ଚାଷୀମାନେ ମିଳିତ ଭାବେ ବୋଲଗଡ଼ ବ୍ଲକ ଅଞ୍ଚଳକୁ ମରୁଡି ଘୋଷଣା କରିବା, ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼ କରିବା ଓ ଜୱାଦ ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା  ଟଙ୍କା ପ୍ରଦାନ କରିବା ପାଇଁ ଏକ ଲିଖିତ ଦାବିପତ୍ର ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଉଦେଶ୍ୟରେ ବୋଲଗଡ଼ ତହସିଲଦାର ନିବେଦିତା ପରିଡ଼ାଙ୍କୁ ପ୍ରଦାନ କରିଥିଲେ । ପ୍ରଥମେ ସମସ୍ତ ଚାଷୀମାନେ ମିଳିତ ଭାବେ ଏକ ରାଲ୍ଲୀ କରି ବୋଲଗଡ଼ ବ୍ଲକ ଅଞ୍ଚଳକୁ  ମରୁଡି ଘୋଷଣା କରାଯାଉ ଓ଼ ସମ୍ପୂର୍ଣ କୃଷି ଋଣ ଛାଡ଼ କରାଯିବା ଦାବୀରେ ବୋଲଗଡ଼ ତହସିଲ ଫାଟକ ସମ୍ମୁଖରେ  ବିକ୍ଷୋଭ ପ୍ରଦର୍ଶନ କରି ଏକ ପ୍ରତିବାଦ ସଭା କରିଥିଲେ । ଘଟଣାସ୍ଥଳରେ ବୋଲଗଡ଼ ଥାନାର  ସହକାରୀ ପୋଲିସ ଅଧିକାରୀ ପ୍ରସନ୍ନ ଦଳାଇଙ୍କ ସମେତ ପୋଲିସ ବାହିନୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।


ବୋଲଗଡ଼ ବ୍ଲକ୍ କୁ ମରୁଡ଼ି ଘୋଷଣା ପାଇଁ ଚାଷୀଙ୍କ ଦାବି।

Post a Comment

0 Comments

Please Select Embedded Mode To show the Comment System.*