ନୟାଗଡ଼ରେ ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ ଅନୁଷ୍ଠିତ।

utkalnews7
By
0


ନୟାଗଡ଼,୨୮।୧୧,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲା ୪ଟି ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ହୋଇଥିବା ବେଳେ ୨୦୦୯ରୁ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟୀ ହୋଇ ନିର୍ବାଚିତ ହେଉଛନ୍ତି। ନୟାଗଡ଼ ବିଜୁ ଜନତା ଗଡ଼ ଭାବରେ ପରିଚିତ ଥିବା ବେଳେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟି ଆଗରେ ରଖି ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଆଜି ବିଜୁ ଯୁବ ଓ ଛାତ୍ର ସଂଗଠନକୁ ନେଇ ଏକ କର୍ମଶାଳା ତଥା ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁଙ୍କ ତତ୍ୱାବଧାନ ତଥା ଯୁବ ବିଜେଡି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ଜିଲ୍ଲା ସଭାପତି ନୀଳମାଧବ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କର୍ମଶାଳାରେ ବିଜେଡି ରାଜ୍ୟ ଛାତ୍ର ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ନବୀନ ଓଡ଼ିଶାର ସାରଥି ହେବା ପାଇଁ ଛାତ୍ର ଓ ଯୁବକମାନଙ୍କୁ ଆହ୍ୱାନ ଦେବା ସହ ଛାତ୍ର ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିଭଳି ଯୁବ ବିଜେଡି ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୈାମକେଶ ରାୟ ନୂତନ ଭୋଟରଙ୍କ ତାଲିକା ସଂଗ୍ରହ କରିବା, କ୍ରୀଡ଼ା ପଞ୍ଜିକରଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସେ ନବୀନ ଓଡ଼ିଶାରେ କେହି ଭୋକିଲା ରହିବେ ନାହିଁ, ଋଣ ଭାରରେ କେହି କଷ୍ଟ ପାଇବେ ନାହିଁ ବୋଲି କହିବା ସହ ନବୀନ ଓଡ଼ିଶାରେ ଭିତ୍ତିଭୂମୀ ବିକାଶ ଏବଂ ରାଜ୍ୟକୁ ଏକ ନମ୍ବର କରିବା ପାଇଁ ସଂଗ୍ରାମ ଜାରି ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଗୁଣ୍ଡାରାଜ ଅନ୍ତ ଘଟିବା ସହ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇଥିବା କହିଥିଲେ ।ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ନବୀନ ଓଡ଼ିଶା ହେଉଛି ସଶକ୍ତ ଓଡ଼ିଶା ଓ ୧୧ ହଜାର କୋଟିରୁ କମ ବଜେଟ ଥିବା ରାଜ୍ୟ ଆଜି ନବୀନଙ୍କ ନେତୃତ୍ୱରେ ୨ ଲକ୍ଷ ୫୮ ହଜାର କୋଟିରେ ପହଞ୍ଚିଥିବା ସୂଚନା ଦେଇଥିଲେ । ସୋସିଆଲ ମିଡିଆରେ ସକ୍ରିୟ ହେବା ପାଇଁ ସେ ଛାତ୍ର ଓ ଯୁବକଙ୍କୁ ଆହ୍ୱାନ ଦେବା ସହ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ୫ ମିନିଟ ସମୟ ଦେବାକୁ ପରାମର୍ଶ ଦେଇଥିଲେ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ନୂଆ ଭୋଟର ନୂତନ ଓଡ଼ିଶାକୁ ଉପଭୋଗ କରିଛନ୍ତି, ପୁରୁଣା ଓଡ଼ିଶା ବିଷୟରେ ସେମାନଙ୍କୁ ଅବଗତ କରିବା ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ କ୍ୟାମ୍ପସ କମିଟି ମାଧ୍ୟମରେ ଛାତ୍ରଙ୍କୁ ନବୀନ ଓଡ଼ିଶାର ସାରଥି କରିବା ପାଇଁ ପରାମର୍ଶ ଦେଇଥିଲେ । ନୟାଗଡ଼ ବିଧାୟକ ଡ. ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ନବୀନଙ୍କ ଦଳର ଜଣେ ସୈନିକ ବିରୋଧି ଦଳର ସେନାପତିଙ୍କୁ ପରାଜିତ କରିବାର ସାମର୍ଥ ରଖିଥାଏ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ବିଜେଡି ମହିଳା ଜିଲ୍ଲା ସଭାପତି ବିରଜା ଲକ୍ଷ୍ମୀ ସାହୁ ପ୍ରମୂଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ୬ ଶହରୁ ଉର୍ଦ୍ଧ୍ୱ ଛାତ୍ର ଓ ଯୁବକ ସାମିଲ ହୋଇଥିଲେ।୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରମୁଖ ବିରୋଧୀ ଦଳ ବିଜେପିରେ ଫାଟ ଦେଖାଦେଇଥିବା ବେଳେ ତାହା ବିଜେଡି ପାଇଁ ଆଶୀର୍ବାଦ ହେବ ବୋଲି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି।

Post a Comment

0 Comments

Please Select Embedded Mode To show the Comment System.*