ଜଗା ଦର୍ଶନ ହେଲା ଶେଷ ଦର୍ଶନ,ସଡକ ଦୁର୍ଘଟଣାରେ ଜଣେ ମୃତ,୨ଆହାତ ।

utkalnews7
By
0


ଟାଙ୍ଗୀ,ରଣପୁର,୨୬।୧୧,(ଉତ୍କଳ ନ୍ୟୁଜ୍୭) : ଚାନ୍ଦପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଗୌରଚନ୍ଦ୍ରପୁର ଛକରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଯେଉଁଥିରେ ଅଟୋ ରିକ୍ସା ଯୋଗେ ପୁରୀରୁ ଜଗା ଦର୍ଶନ ସାରି ଫେରୁଥିବା ଅଧ୍ୟାପିକାଙ୍କ ଜୀବନ ଚାଲିଯାଇଛି।ଘଟଣାରୁ ପ୍ରକାଶ ଯେ, ବାଣପୁର ଥାନା ବାଲେଡିହ ଗ୍ରାମର ବିଭୁଦତ୍ତ ପଟ୍ଟନାୟକ, ତାଙ୍କ ପତ୍ନୀ ପଙ୍କଜିନୀ ପଟ୍ଟନାୟକ ଏବଂ ଭଉଣୀ ରାଜ ଲକ୍ଷ୍ମୀ ପଟ୍ଟନାୟକଙ୍କ ସହ ପୁରୀରୁ ଜଗନ୍ନାଥ ଦର୍ଶନ ସାରି ଫେରୁଥିଲେ। ସେହି ସମୟରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଗୌରଚନ୍ଦ୍ରପୁର ଛକରେ ଗୋଟିଏ ଟ୍ରକ ପଛପଟୁ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଭଉଣୀ ରାଜଲକ୍ଷ୍ମୀ ପଟ୍ଟନାୟକ ମୃତ୍ୟୁ ବରଣ କରିଥିଲେ। ପଙ୍କଜିନୀ ପଟ୍ଟନାୟକ ସାମାନ୍ୟ ଆହାତ ହୋଇଥିବା ବେଳେ ବିଭୁଦତ୍ତ ଗୁରୁତର ଭାବେ ଆହତ ଅବସ୍ଥାରେ ପ୍ରଥମେ ଚାନ୍ଦପୁର ବସନ୍ତମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଛି।

Post a Comment

0 Comments

Please Select Embedded Mode To show the Comment System.*